କେନ୍ଦୁଝର: ପ୍ରାଣଘାତି ଫ୍ରି-ଫାୟାର, ଗେମ ଖେଳିବାକୁ ପାଇଲେନି ବୋଲି ଆତ୍ମହତ୍ୟା କରିଦେଲେ ଛାତ୍ର

ଆନନ୍ଦପୁର(କେନ୍ୟୁଜ୍): ଫ୍ରି-ଫାୟାର ଗେମ୍ ହେଲା କାଳ । ଫ୍ରି -ଫାୟାର ଗେମ୍ ଖେଳିବା ପାଇଁ ମା ଫୋନ ନ ଦେବାରୁ ଆତ୍ମହତ୍ୟା କଲେ ୯ମ ଶ୍ରେଣୀର ଛାତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି ଘସିପୁରା ଥାନା ଇନ୍ଦୁପୁରା ଗ୍ରାମରେ। ଗାଁର  ଚଗୁଲୁ ଜେନାଙ୍କ ପୁଅ ଫ୍ରି-ଫାୟାର ଗେମ ନଖେଳି ପାରିବାରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଚଗୁଲୁ ଜେନାଙ୍କ ପୁଅ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶାଳପଡାର ୯ ମ ଶ୍ରେଣୀର ଛାତ୍ର ।   ଆଜି ବିଦ୍ୟାଳୟରୁ ଫେରିବା ପରେ ମୋବାଇଲ ଧରି ଗେମ ଖେଳିଥିଲେ। ଆସନ୍ତା କାଲି ପରୀକ୍ଷା ଥିବାରୁ ମା ତାକୁ ବାରଣ କରିଥିଲେ। ଏହି ଘଟଣା ପରେ  ଚଗୁଲୁଙ୍କ ପୁଅ ନିଜ ଘର ଛାତ ଉପରକୁ ଯାଇ ଗାମୁଛାରେ ବେକକୁ ବାନ୍ଧି ଆତ୍ମହତ୍ୟା   କରିଥିବା କଥା ମା କହିଛନ୍ତି ।

You might also like