ବୈତରଣୀ ନଦୀ ପୋଲ ଉପରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ୨ ଗୁରୁତର ଆହତ

କେନ୍ଦୁଝର: କେନ୍ଦୁଝର ୪୯ନମ୍ବର ଜାତୀୟ ରାଜପଥର ବୈତରଣୀ ପୋଲ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଦୀର୍ଘ ସମୟ ଧରି ଟ୍ରକରେ ଚାପି ହୋଇ ରହିଥିଲେ ଡ୍ରାଇଭର ଓ ଖଲାସୀ ।  ଘଟଣାସ୍ଥଳରେ କରଞ୍ଜିଆ, ତୁରୁମୁଙ୍ଗା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ମେସିନ ସାହାଯ୍ୟରେ ଟ୍ରକକୁ କାଟି ଉଭୟଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଡ୍ରାଇଭର ଓ ଖଲାସୀଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଏନଏଚ-୪୯ ବୈତରଣୀ ପୋଲ ନିକଟରେ ଦୁଇଟି ଟ୍ରକ୍‌ ମୁହାମୁହିଁ ଧକ୍କା ହୋଇଥିଲେ । ସ୍ଥାନୀୟ ଲେକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚି ଗାଡ଼ି ଭିତରେ ଚାପି ହୋଇ ରହିଥିବା ଜଣେ ଡ୍ରାଇଭରଙ୍କୁ ଉଦ୍ଧାର କରି । ଏହି ମୁର୍ମନ୍ତୁଦ ଦୁର୍ଘଟଣାରେ ମୋଟ୍ ୨ ଜଣ ଗୁରୁତରଙ୍କୁ ହସ୍ପିଟଲାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଦୁର୍ଘଟଣା ପରେ ୪ ଘଣ୍ଟା ଧରି ଜାତୀୟ ରାଜପଥ ଜାମ୍ ରହିଥିଲା, ଏବେ ଧୀରେ ଧୀରେ ରାସ୍ତା ଖୋଲୁଛି ।