କେନ୍ଦୁଝର : ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ୧୦ ଲକ୍ଷ ଟଙ୍କା ନିଜ ସାଙ୍ଗରେ ନେଇ ଯାଉଥିବା ବେଳେ ଜଣେ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାବୁ କରିଛି ଭିଜିଲାନ୍ସ ବିଭାଗ । ହେଲେ ଯନ୍ତ୍ରୀ ଜଣକ ଉକ୍ତ ଟଙ୍କାର ହିସାବ ଦେଇ ପାରିନାହାଁନ୍ତି । ଫଳରେ ଏନେଇ ଉକ୍ତ ଯନ୍ତ୍ରୀଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି ।

ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ କେନ୍ଦୁଝରରୁ କଟକ ସ୍ଥିତ ନିଜ ବାସଭବନକୁ ଆସୁଥିଲେ । ଆସିବା ବାଟରେ ଯାଜପୁର ଏନସି କଲେଜ ନିକଟରେ ୧୦ ଲକ୍ଷ ଟଙ୍କା ସହ ତାଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା।

engineer

ହେଲେ ସେ ଏହି ଟଙ୍କାର ହିସାବ ଦେଇ ପାରିନଥିଲେ । ଏତେ ଟଙ୍କା କେଉଁଠୁ ଆଣିଲେ ସେନେଇ ପଚରାଉଚରା ଜାରି ରହିଛି । ଟଙ୍କାର ଉତ୍ସ କହି ପାରୁ ନାହାନ୍ତି ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ । ଏନେଇ କଟକ ଭିଜିଲାନ୍ସ ଡିଭିଜନ୍ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.