କେରଳ ବନ୍ଯାରେ ଫସି ରହିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ

ଭୁବନେଶ୍ବର (କେନ୍ୟୁଜ୍) : କେରଳରେ ଫସି ରହିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ । କୋଚି ଓ ତ୍ରିଭେନ୍ଦମରେ ଶତାଧିକ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି । ଏହି ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ । ସେମାନଙ୍କୁ ଉଦ୍ଧାର ପାଇଁ ଏକ ୪ଜଣିଆ ଟିମ୍ କେରଳ ଗସ୍ତ କରିଛି । ଖୋର୍ଦ୍ଧା ଶ୍ରମ କମିଶନଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍ ସେଠାରେ ଫସିଥିବା ଶ୍ରମିକଙ୍କୁ ଓଡ଼ିଶା ଆଣିବାକୁ ବ୍ୟବସ୍ଥା କରିବ । ସେପଟେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ।