ପଞ୍ଚଭୂତରେ ଲୀନ ହେଲା ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତଦେହ, ସମ୍ପର୍କୀୟ ଭାଇ ଦେଲେ ମୁଖାଗ୍ନି

ପୁରୀ : ପଞ୍ଚଭୂତରେ ଲୀନ ହେଲା ଡାକ୍ତର ବିଷ୍ଣୁପ୍ରସାଦ ଚିନ୍ନାରାଙ୍କ ମୃତଦେହ । ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସମ୍ପର୍କୀୟ ଭାଇ ରଜନୀକାନ୍ତ ଚିନ୍ନରା ମୁଖାଗ୍ନି ଦେଇଛନ୍ତି । ପୁରୀ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ଓ କଟକ ତହସିଲଦାରଙ୍କ ଉପସ୍ଥିତରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଗତକାଲି ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କେରଳରୁ ତାଙ୍କ ମର ଶରୀର ପ୍ରଥମେ ଭୁବନେଶ୍ୱର ଅଣାଯାଇଥିଲା । ପରେ ବାଣୀବିହାର ଠାରେ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ସାଙ୍ଗସାଥୀ ଶେଷ ଦର୍ଶନ କରିଥିଲେ। ପରେ ମୃତଦେହକୁ ହାଇଟେକ୍ ମେଡିକାଲ ନିଆଯାଇ ଚୌଦ୍ବାର ନିଆଯାଇଥିଲା। ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ସେପଟେ କେରଳରେ ମେଡିକାଲରେ ଚିକିତ୍ସାଧୀନ ଥିବା ବିଷ୍ଣୁପ୍ରସାଦଙ୍କ ପତ୍ନୀ ମଧ୍ୟ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ସେ ମଧ୍ୟ ଓଡ଼ିଶା ଆସୁଛନ୍ତି । ଜନ୍ମଦିନ ପାଳନ କରିବାକୁ ପତ୍ନୀ ପ୍ରିୟଦର୍ଶିନୀ ପାଲଙ୍କ ସହ ୱାୟନାଡ ଯାଇ ଚୁରାଲମାଲାର ଏକ ରିସୋର୍ଟରେ ରହିଥିଲେ। ଜୁଲାଇ ୩୦ତାରିଖ ମଧ୍ୟରାତିରେ ଭୂସ୍ଖଳନରେ ପ୍ରାଣ ହରାଇଥିଲେ ବିଷ୍ଣୁପ୍ରସାଦ। ଦିନକ ପରେ ତାଙ୍କ ମୃତଦେହ ଠାବ ହୋଇଥିଲା।

ସେପଟେ ୱାୟନାଡରେ ଭୂସ୍ଖଳନ ପରେ ପଞ୍ଚମ ଦିନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଖୋଜିବା ପାଇଁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏଜେନ୍ସିଗୁଡ଼ିକ ସାହସ ହରାଇ ନାହାଁନ୍ତି । ଶୁକ୍ରବାର ଦିନ ଅନେକ ଜୀବନ୍ତ ଲୋକଙ୍କୁ ମାଟି ତଳୁ ଉଦ୍ଧାର କରାଯାଇଛି। ଏଭଳି ପରିସ୍ଥିତିରେ ଆକାଶମାର୍ଗରୁ ସ୍ଥିତି ପରିକ୍ଖିବା ସହ ସ୍ୱତନ୍ତ୍ର ଟେକ୍ନୋଲୋଜି ସାହାଯ୍ୟରେ ସର୍ଚ୍ଚ ଅପରେସନକୁ ତୀବ୍ର କରାଯାଇଛି।

You might also like