କେନ୍ୟୁଜ(ବ୍ୟୁରୋ): ଲକ୍ଡାଉନ୍ ଯୋଗୁ ବନ୍ଦ ହୋଇଯାଇଛି ଲୋକମାନଙ୍କର ରୋଜଗାର ପନ୍ଥା। ଦିନ ମଜୁରିଆ ଓ ଗରିବ ଖଟିଖିଆମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସେମାନଙ୍କୁ ଏହି ଲକଡାଉନ ସମୟରେ ସାହାଯ୍ୟ କରିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଉପାୟମାନ କରୁଥିବାବେଳେ ଏବେ ରାଜ୍ୟରେ ଥିବା ଅଣ ରାସନକାର୍ଡଧାରୀଙ୍କ ପାଇଁ ମଧ୍ୟ ଆଉ ଏକ ଘୋଷଣା କରିଛନ୍ତି। ଆଉ ସେହିଟି ହେଲା ଅଣରାସନ୍ କାର୍ଡଧାରୀଙ୍କୁ ଘରୋଇ ବ୍ୟବହାର ପାଇଁ ମିଳିବ କିରାସିନି। ‘ଫାଷ୍ଟ କମ୍ ଫାଷ୍ଟ ସର୍ଭିସ୍’ ଭିତ୍ତିରେ ଏହାକୁ ଯୋଗାଇ ଦିଆଯିବ। ଏହାଦ୍ୱାରା ରାଜ୍ୟର ୧୭ ଲକ୍ଷରୁ ଅଧିକ ଅଣ ରାସନକାର୍ଡଧାରୀ ଉପକୃତ ହେବେ। ମାର୍ଚ୍ଚ ୨୦୨୦ରେ କିରାସିନି ପାଇଁ ଧାର୍ଯ୍ୟ ହୋଇଥିବା ଦର ହିସାବରେ ଖାଉଟିଙ୍କୁ ପ୍ରତି ପରିବାର ପିଛା ୨ ଲିଟର ଲେଖାଏଁ କରାସିନି ଯୋଗାଇ ଦିଆଯିବ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…