କେନ୍ଦୁଝର ପ୍ରପର୍ଟି ଆଟାଚମେଣ୍ଟ ମାମଲାର ଶୁଣାଣି

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝର ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ଖଣି ଅର୍ଥ ଆଦାୟ ପାଇଁ ଖଣି ବିଭାଗ ଦ୍ୱାରା କରାଯାଇଥିବା ପ୍ରପର୍ଟି ଆଟାଚମେଣ୍ଟ ମାମଲାର ଶୁଣାଣି ହୋଇଛି । ଏଥିରେ ଯୋଡା ଓ କେନ୍ଦୁଝର ଖଣି ମଣ୍ଡଳର ୩୧ଟି ଖଣିର ୨୩ ଜଣ ଖଣି ମାଲିକଙ୍କୁ ନୋଟିସ ଜାରି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଏସ. ସି. ପାଢୀ କମ୍ପାନୀ ଏକ କୋଟି ୯୩ ଲକ୍ଷ ଟଙ୍କା ଜମା କରିିଛି । ସେହିପରି ଟି. ବି. ଲାଲ କମ୍ପାନୀ ବିରୋଧରେ ହୋଇଥିବା ମାମଲାରେ କାରଣ ଦର୍ଶାଅ ସାର୍ଟିଫିକେସନ୍ ନଥିବାରୁ କମ୍ପାନୀ ବିରୋଧରେ ସାର୍ଟିଫିକେଟ କେସ କନଫର୍ମ କରାଯିବା ସହ ନୋଟିସ ଜାରି ହୋଇଛି ।