ଖଲ୍ଲିକୋଟରେ କୋଟିପତି ଗଞ୍ଜେଇ ବେପାରୀ ଗିରଫ ମାମଲା : ରଜନୀକାନ୍ତ ପଟ୍ଟନାୟକକୁ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ

ଖଲ୍ଲିକୋଟ ଅଞ୍ଚଳରୁ ଗିରଫ କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ ପଟ୍ଟନାୟକକୁ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ । ଖଲ୍ଲିକୋଟ ADJ କୋର୍ଟରେ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । ରିମାଣ୍ଡରେ ନେଇ ତାକୁ ଅଧିକ ପଚରାଉଚରା କରାଯିବ । କେତେଦିନ ଧରି ସେ ଏହିି ବେପାର ଚଳାଇଥିଲା । ଏତେ ଟଙ୍କା ଓ ସୁନା କେଉଁଠୁ ଆଣିଲା ସେସବୁର ଖୋଳତାଡ଼ କରାଯିବ ।

କନ୍ଧମାଳ ଓ ଗଜପତି ଜିଲ୍ଲାରୁ ସେ ବିପୁଳ ପରିମାଣର ଗଞ୍ଜେଇ ଆଣି ଗୁଜୁରାଟକୁ ଚାଲାଣ କରୁଥିଲା । ଖଲ୍ଲିକୋଟ ପୋଲିସ ଓ ଭେଜିପୁଟ ଫାଣ୍ଡି ପୋଲିସ ଗତକାଲି ଖଜାପଲ୍ଲୀରେ ଥିବା ରଜନୀକାନ୍ତ ଘରେ ଚଢ଼ାଉ କରି ସାଢେ ୮ କେଜି ସୁନା ଓ ୭୫ ଲକ୍ଷ ଟଙ୍କା ଜବତ ହୋଇଛି । ଏଥିସହ ବିପୁଳ ପରିମାଣର ଗଞ୍ଜେଇ ଓ ଅଫିମ ଜବତ କରିଥିଲେ। ରଜନୀକାନ୍ତ ବହୁ ଦିନ ଧରି ଗଂଜେଇ କାରବାର କରୁଥିଲା । ନିଶା ବେପାରରୁ ସେ ପ୍ରାୟ ୧୨ କୋଟି ଟଙ୍କାର ସଂପତ୍ତି କମାଇଛି । ୧୦ ବର୍ଷ ପୂର୍ବରୁ ସେ ମଧ୍ୟ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇଥିଲା ।

ନିଜ ସ୍କୁଟି ଗାଡ଼ି  ସାହାଯ୍ୟରେ ଏହି ଗଞ୍ଜେଇ ଚାଲାଣ କରୁଥିବା ନେଇ ପୋଲିସ ଖବର ପାଇଥିଲା  । ପରେ ଏନେଇ ଖଲ୍ଲିକୋଟ ପୋଲିସ ଅତର୍କିତ ଭାବେ ରଜନୀକାନ୍ତଙ୍କ ଘରେ ଚଢାଉ କରିଥିଲେ  । ଚଢାଉ ବେଳେ ଗଞ୍ଜେଇ, ଅଫିମ, ଟଙ୍କା ଓ ସୁନା ଜବତ କରିଛି ପୋଲିସ  । ରଜନୀ କାନ୍ତଙ୍କୁ ଗିରଫ କରିବା ସହ ଏଥିରେ ଆଉ କେଉଁ ମାନଙ୍କ ସଂପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରହିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.