ମା’ ସମଲେଇଙ୍କ ଠାରେ ଖଣ୍ଡା ଧୁଆ ନୀତି ସମ୍ପନ୍ନ, ଆରମ୍ଭ ହେବ ନବମୀ ନୀତି

ସମ୍ବଲପୁର : ମା’ ସମଲେଇଙ୍କ ଠାରେ ଖଣ୍ଡା ଧୁଆ ନୀତିକାନ୍ତି ସମ୍ପନ୍ନ ହୋଇଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ । ସମଲେଶ୍ୱରୀ ମନ୍ଦିରର ପୂଜକ ମାନେ ମାଙ୍କ ନିକଟରେ ଥିବା ଖଣ୍ଡାକୁ ପ୍ରଥମ ମହାନଦୀର ମଛିନ୍ଦ୍ର ଘାଟରେ ଧୋଇବା ପରେ ପୂଜାର୍ଚ୍ଚନା କରିଥିଲେ । ପରମ୍ପରା ଅନୁସାରେ ମହାଷ୍ଟମୀ ଦିନ ମାଙ୍କର ଖଣ୍ଡା ପୂଜା ପରେ ମାଙ୍କ ଠାରେ ସନ୍ଧି ପୂଜା ହୋଇଥାଏ । ଏହାପରେ ମାଙ୍କ ପୀଠରେ ନବମୀ ଲାଗିଥାଏ । ସେହିପରି ଅଷ୍ଟମୀରେ ପଶ୍ଚିମ ଓଡ଼ିଶାରେ ଭଉଣୀ ମାନେ ଭାଇଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥାନ୍ତି । ମାଙ୍କ ଠାରେ ପୂଜା ହୋଇଥିବା ଖଣ୍ଡାରେ ଭଉଣୀ ମାନେ ଦୁବ ଛୁଆଇଁ ଭାଇଙ୍କୁ ଛୁଆଇଁ ଭାଇର ଦୀର୍ଘାୟୁ କାମନାକରି ପୂଜା କରିଥାନ୍ତି ।
ସେହିପରି ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜି ଦୁର୍ଗତିନାଶିନୀଙ୍କର ମହାନବମୀ ପୂଜା । ସକାଳୁ ସକାଳୁ ମା’ଙ୍କର ସୂର୍ଯ୍ୟ ପୂଜା, ଦ୍ୱାର ପୂଜା, ଷୋଡ଼ଶ ଉପଚାର ପୂଜା ସହ ଦୁର୍ଗା ସପ୍ତସ୍ତୁତି ପାଠ ନୀତିକାନ୍ତି ହୋଇଥାଏ । ଏହାପରେ ହେବ ମହାନବମୀ ହୋମଯଜ୍ଞ କରାଯିବ । ନବମୀ ପାଇଁ ଚଣ୍ଡିପାଠରେ ଫାଟି ପଡୁଛି ରାଜ୍ୟର ବିଭିନ୍ନ ଶକ୍ତିପୀଠ। ଦେବୀଙ୍କ ଦର୍ଶନ କରିବାକୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ବି ଜମିଛି ।