ରାଜଧାନୀରେ ଯୁବତୀଙ୍କୁ ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାଶ, କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ

ଭୁବନେଶ୍ୱର : 10 ଜାନୁଆରୀରୁ ଏକ ଝିଅ ନିଖୋଜ ଅଛି ବୋଲି ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା । ସେ ନିଖୋଜ ଝିଅ ହେଉଚି ସ୍ନେହା ବେହେରା । ଘର କନ୍ଧମାଳ। ଏକ ଘରୋଇ ସଂସ୍ଥାରେ ସେଲ୍ସମାନ ଭାବରେ କାମ କରୁଥିଲା। ଏକ ସିକ୍ୟୁରିଟି ଗାର୍ଡ ସ୍ନେହା ସହିତ ସମ୍ପର୍କ ଥିଲା । ରାଜଧାନୀରେ ଯୁବତୀଙ୍କୁ ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାଶ ।
ଯୋଜନାବଦ୍ଧ ଭାବେ ଯୁବତୀଙ୍କୁ ହତ୍ୟା କରିବା ପରେ ଖସିଯିବା ପାଇଁ ଆଉ ଜଣଙ୍କୁ ମୋହରା କରିଥିଲା ଅଭିଯୁକ୍ତ । ତଦନ୍ତ ପରେ ସାମ୍ନାକୁ ଆସିଲା ସତ । ମୃତ ଯୁବତୀ ସ୍ନେହା ବେହେରା ହୋଇଥିବା ଜଣାପଡ଼ିଛି । ସ୍ନେହା ନିଖୋଜ ନେଇ ଜାନୁଆରୀ ୧୦ ତାରିଖରେ ପରିବାର ପକ୍ଷରୁ ଏତଲା ହୋଇଥିଲା । ଏହାପରେ ୨୮ ତାରିଖରେ ମିଳିଥିଲା ଯୁବତୀଙ୍କ ମୃତଦେହ ।
ପୋଲିସ ପରିବାରକୁ ଖବର ଦେଇଥିଲେ ବି ମୃତଦେହ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଥିଲା । ତେବେ ପୋଲିସ ତଦନ୍ତରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ମୃତଦେହ ନିକଟରେ ଆଉ ଜଣେ ବ୍ୟକ୍ତିଙ୍କ ଆଧାରକାର୍ଡ ପକାଇବା ସହ ସୁଇସାଇଡ ନୋଟ ପକାଇଥିଲା । ତଦନ୍ତ ପରେ ପୂରା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ ।
ଯୁବତୀଙ୍କ ମୋବାଇଲରୁ ପୋଲିସକୁ ମିଳିଥିଲା ସୁରାକ୍ । ଏହାପରେ ଅଭିଯୁକ୍ତ ମିଟୁ ଓରଫ ଚନ୍ଦନ ପରିଡ଼ାକୁ ଗିରଫ କରିଛି ପୋଲିସ । ଯୁବତୀଙ୍କ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡ଼ିଛି । ମିଟୁ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ବେଳେ ହତ୍ୟାକାଣ୍ଡ ପରେ ଚାକିରି ଛାଡ଼ି ଫେରାର ହୋଇଯାଇଥିଲା । ଅଭିଯୁକ୍ତକୁ ଧରିବା ପରେ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ କରିଛି ପୋଲିସ ।