ନୂଆପଡା: ବହୁ ଚର୍ଚ୍ଚିତ ଖଡିଆଳରେ ଜମି ଜାଲିଆତି ମାମଲା, ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ଶ୍ୟାମ ଅଗ୍ରଓ୍ଵାଲ୍‌

ନୂଆପଡା(କେନ୍ୟୁଜ୍):   ଖଡିଆଳ ତହସିଲ୍‌ର ରୋହେନପଦାର ଗାଁର ବହୁ ଚର୍ଚ୍ଚିତ ଜମି ଜାଲିଆତି ମାମଲା । ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ଶ୍ୟାମ ଅଗ୍ରଓ୍ଵାଲ୍‌ । ଶ୍ୟାମ ଅଗ୍ରଓ୍ଵାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍‌ । ସେପଟେ ଅନ୍ଦୋଳନରୁ ଓହରିଛନ୍ତି ଧନମତି । ଦଲାଲଙ୍କ ସହ ସରକାରୀ କର୍ମଚାରୀ ମିଶି ଚଞ୍ଚକତା କରି ଆଦିବାସୀ ମହିଳା ଧନମତି ମାଝିଙ୍କର ପ୍ରାୟ ଦୁଇ ଏକର ଜମିକୁ  ହଡପ କରିନେଇଥିଲେ । ଯାହାକୁ ବିରୋଧ କରି ଧନମତିଙ୍କ ପରିବାର ଏବଂ ଗ୍ରାମବାସୀ ତହସିଲ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହି ଘଟଣାକୁ ଗୁରୁତ୍ୱର ସହ ନେଇଥିଲା ନୂଆପଡା ଜିଲ୍ଲା ପ୍ରଶାସନ । ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ଅନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲିଖିତ ଭାବରେ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରୁ ଓହରିଥିଲେ ଧନମତୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.