ନିୟନ୍ତ୍ରିତ ବଜାର କମିଟି ତରଫରୁ ଅତାବିରାରେ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ

ବରଗଡ଼(କେନ୍ଯୁଜ୍) : ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ । ଧାନ ବିକ୍ରି କରିବା ପ୍ରସଙ୍ଗରେ ଚାଷୀଙ୍କୁ ସଚେତନ କରାଯାଉଛି । ବରଗଡ଼ ଜିଲ୍ଲାରେ ଅତାବିରାରୁ ଧାନ ସଂଗ୍ରହ ଆରମ୍ଭ ହେବ । ଏଥିଲାଗି ନିୟନ୍ତ୍ରିତ ବଜାର କମିଟି ତରଫରୁ ଅତାବିରାରେ ଆସନ୍ତା ୫ ତାରିଖରୁ ଖୋଲିବ ୩୮ଟି ବଜାର । ୭ ତାରିଖରୁ ଆରମ୍ଭ ହେବ ଧାନ ସଂଗ୍ରହ । ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ଯନ୍ତ ଧାନ କିଣାବିକା ହେବ । ଏଫଏକ୍ଯୁ ମାନର ଧାନରେ ଆଦ୍ରତା ୧୭ ପ୍ରତିଶତ ପର୍ଯ୍ଯନ୍ତ ଗ୍ରହଣୀୟ ହେବ । ଏଥିଲାଗି ବଜାର କମିଟି ଗୁଡିକ ତରଫରୁ ଚାଷୀଙ୍କୁ ଡାକବାଜୀ ଯନ୍ତ୍ର ଓ ଲିଫଲେଟ୍ ବାଣ୍ଟି ସଚେତନ କରାଯାଉଛି ।
ତେବେ ଚଳିତ ଖରିଫ ଋତୁରେ କିଭଳି ଧାନ ସଂଗ୍ରହ କରିହେବ ସେନେଇ ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ଯାଳୟ ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳର ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କିଭଳି ଧାନ ସଂଗ୍ରହ କରିହେବ ଓ ଚାଷୀ କିଭଳି ଠିକ ଭାବେ ପାଉଣା ପାଇପାରିବେ ସେନେଇ ଆଲୋଚନା ହୋଇଥିଲା । ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ମତାମତ ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ୫୫ଲକ୍ଷ ଟନ ଧାନ ସଂଗ୍ରହ କରିବା ଲକ୍ଷ୍ୟ ରଖାଯାଇଛି । ଚଳିତ ଥର ସମସ୍ତ ଚାଷୀ ଓ ଭାଗ ଚାଷୀ ମାନଙ୍କଠାରୁ ଧାନ ସଂଗ୍ରହ କରାଯିବ ବୋଲି ମନ୍ତ୍ରୀ ସୂର୍ଯ୍ଯନାରାୟଣ ପାତ୍ର ସୂଚନା ଦେଇଛନ୍ତି ।