ବରଗଡ଼: ଆଜି ବରଗଡ଼ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ । ଏଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଆଜି ଦିନ ୧୦ଟାରେ ବରଗଡ଼ ସଦର ବ୍ଲକ କଳାପାଣି ମାର୍କେଟ ୟାର୍ଡ ଏବଂ ଅତାବିରା ବ୍ଲକ ଗୋଡଭଗା ଏବଂ ଅତାବିରା ମାର୍କେଟ ୟାର୍ଡ ଠାରେ ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷ ୫୪ ହଜାର ୩୪୭ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି । ୧ ଲକ୍ଷ ୫୫ ହଜାର ୬୧୭ ଚାଷୀ ଧାନ ପଞ୍ଜିକରଣ କରିଥିବା ବେଳେ ୧ ଲକ୍ଷ ୩୩ ହଜାର ୫୩ ଟି ଟୋକନ ଆସିଛି ।
ଧାନ ଅମଳ କରିଥିବା କିଛି ଚାଷୀଙ୍କୁ ଟୋକନ ମିଳି ନଥିବା ଅଭିଯୋଗ ହୋଇଛି । ଚାଷୀଙ୍କୁ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କା ଦିଆଯିବ । ଧାନ ସଂଗ୍ରହ ପାଇଁ ୨୨୯ଟି ମାର୍କେଟ ୟାର୍ଡ ଖୋଲା ଯାଇଛି । ସୁରୁଖୁରୁରେ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିରୀକ୍ଷଣ କକ୍ଷ କରାଯାଇଛି । ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯାଇଛି । ଏ ନଫୋର୍ସମେଣ୍ଟ ଗାଡିରେ ଜିପିଏସ ଖଞ୍ଜାଯାଇଛି । ଟୋକନ ଏବଂ ଗ୍ରେନ ଆନାଲାଇଜର ମେସିନକୁ ନେଇ ଚାଷୀ ଦ୍ଵନ୍ଦ୍ବ ରେ ଥିବା ବେଳେ ସମସ୍ତ ଅବ୍ୟବସ୍ଥା ର ସମାଧାନ ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।