କିଟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଉଦଘାଟିତ ହେଲା ଜୁନିୟର ନ୍ୟାସନାଲ ଖୋଖୋ ଚାମ୍ପିୟନସିପ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ଉଦଘାଟିତ ହୋଇଛି ଜୁନିୟର ନ୍ୟାସନାଲ ଖୋଖୋ ଚାମ୍ପିୟନସିପ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ ରାଜ୍ୟର ମୋଟ ୫୩ଟି ଟିମ ଆସିଥିବା ବେଳେ ୬୩୬ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି ।

୨୮ଟି ବାଳକ ଓ ୨୫ଟି ବାଳିକା ଟିମ ସାମିଲ ଅଛି । ରାଜ୍ୟସରକାରଙ୍କ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା କିଟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଉଛି । ଏଭଳି ପ୍ରତିଯୋଗିତାର ଆୟୋଜନ ପାଇଁ ସୁଯୋଗ ଦେଇଥିବାରୁ କିଟ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କ୍ରୀଡା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.