ତୁରନ୍ତ ଦୁଃଖ ବୁଝିଲେ ଖୋର୍ଦ୍ଧା ଜିଲ୍ଲାପାଳ: ଅସହାୟ ଅବସ୍ଥାରେ ପରିତ୍ଯକ୍ତ ଘରେ ପଡିଥିବା ରୋଗୀଙ୍କୁ ଯୋଗାଇଲେ ଚିକିତ୍ସା

ଟାଙ୍ଗୀ(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧୀନସ୍ଥ ହାଟ ବରଡି ଗ୍ରାମର ଗୁରୁ ବେହେରା। ଗୁରୁତର ରୋଗରେ ପୀଡିତ ହୋଇ କୁହୁଡ଼ି ରେଳ ଷ୍ଟେସନରେ ଥିବା ପରିତ୍ଯକ୍ତ ଗୃହରେ ୨ପୁଅ, ଗୋଟିଏ ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଦୟନୀୟ ଅବସ୍ଥାରେ ଦୀର୍ଘ ଦିନ ଧରି ପଡି ରହିଥିଲେ । ଏ ସମ୍ପର୍କରେ ଖବର ପହଁଚିଲା ଜିଲ୍ଲାପାଳଙ୍କ ନିକଟରେ । ଜିଲ୍ଲାପାଳ ଖବର ପାଇବାପରେ ତୁରନ୍ତ ରୋଗୀଙ୍କୁ ଚିକିତ୍ସା ପାଇଁ ଚିଲିକା ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ପରେ ଚିଲିକା ତହସିଲଦାର ପୁନମ ମହାପାତ୍ର ରୋଗୀଙ୍କୁ ଚିକିତ୍ସା ପାଇଁ ୨ଘଣ୍ଟା ମଧ୍ୟରେ ରାତି ୭ ଘଣ୍ଟିକା ସମୟରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ । ଏହାପରେ ଚିଲିକା ବିଡ଼ିଓଙ୍କ ନିର୍ଦ୍ଦେଶରେ ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟର ଆସିଷ୍ଟାଣ୍ଡ ପ୍ରୋଗ୍ରାମ ଅଫିସର ଜି. ସାଗର ଅର୍ଜୁନ ପାତ୍ର, ବାଲୁଗାଁ ମେଡିକାଲ ଅଫିସର ସୈମ୍ୟକାନ୍ତ ଦାସପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜରିପଡା ମେଡିକାଲ ହେଲଥ୍ ସୁପରଭାଇଜ ସୁଶାନ୍ତ କୁମାର ରାଉତରାୟ, ଜରିପଡା ଅତିରିକ୍ତ ରାଜସ୍ବ ନିରକ୍ଷକ କୈଳାସ ଚନ୍ଦ୍ର ବେହେରା ଓ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତୁରନ୍ତ ଗୁରୁ ବେହେରାଙ୍କ ନିକଟରେ ପହଂଚି ଉନ୍ନତ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ କୁ ୧୦୮ଆମ୍ବୁଲାନ୍ସ ଜରିଆରେ ପଠାଇଥିଲେ ।

ଏଭଳି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବାରୁ ସ୍ଥାନୀୟ ଜନସାଧାରଣ ନିକଟରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ବେଶ୍ ପ୍ରଶଂସା କରାଯାଉଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.