ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ କରିବାକୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର : ତୁଟିଲା ମହାପ୍ରଭୁଙ୍କ ନୀତିକାନ୍ତି ବିବାଦ । ବର୍ତ୍ତମାନଠାରୁ ଆରମ୍ଭ ହେବ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ବୈଠକ ପରେ ସୂଚନା ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ । ଏହା କହିଛନ୍ତି ବିଭ୍ରାଟ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଇଛି । ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ତଲବ କରାଯାଇଛି । ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବେ ADM ।
ରିପୋର୍ଟ ପାଇଲା ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସୋ’ କଜ୍ ନୋଟିସ ଦିଆଯାଇ ନିଆଯିବ କାର୍ଯ୍ୟାନୁଷ୍ଠାନ । ବିଶୃଙ୍ଖଳ ସେବାୟତଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଯାହା ବିରୋଧରେ ରିପୋର୍ଟ ଆସିବ ନିଲମ୍ବିତ ହେବେ । ଆବଶ୍ୟକ ପଡ଼ିଲେ ସେମାନଙ୍କ ଜମି ପ୍ରତ୍ୟାହାର ହେବ ।
୩ଦିନ ଧରି ଉପାସରେ ଥିଲେ ପ୍ରଭୁ ଲିଙ୍ଗରାଜ । ବଡୁ ସେବାୟତ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଯୋଗୁଁ ଉପାସରେ ଥିଲେ ଲିଙ୍ଗରାଜ । ବିବାଦର ସମାଧାନ ପାଇଁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଘରେ ବସିଥିଲା ବୈଠକ । ୩ ନିଯୋଗକୁ ବୈଠକକୁ ଡକାଯାଇଥିଲେ ମଧ୍ୟ ଆସିନଥିଲେ ଦୁଇ ଗୋଷ୍ଠୀ ।
ଫଳରେ ବିବାଦର ସମାଧାନ ନେଇ କୌଣସି ନିଷ୍କର୍ଷ ବାହାରିପାରିନଥିଲା । ସମସ୍ୟାର ସମାଧାନ ପାଇଁ ଅପରାହ୍ଣରେ ଲିଙ୍ଗରାଦ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ବସିଥିଲା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସରେ ଏହି ବୈଠକ ହୋଇଥିଲା । ସୂଚନାନୁସାରେ ବଡୁ ସେବାୟତ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଯୋଗୁଁ ୩ ଦିନ ଧରି ଖାଡ଼ା ଉପବାସରେ ଥିଲେ ପ୍ରଭୁ ଲିଙ୍ଗରାଜ ।
ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ ପର୍ଯ୍ୟଟକ। ଏପରିକି ଲିଙ୍ଗରାଜ ସେବା ପ୍ରତିନିଧି ସଂଗଠନ ପକ୍ଷରୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଧାରଣା ଦିଆଯାଇଥିଲା ।