ଶକ୍ତି ପୀଠରେ ମାଙ୍କୁ ଦର୍ଶନ ପାଇଁ ସରକାରଙ୍କୁ ଅନୁରୋଧ କଲେ ଲୋକେ

କେନ୍ୟୁଜ (ବ୍ୟୁରୋ): ପାର୍ବଣ ଋତୁରେ ଶକ୍ତି ପୀଠରେ ମାଙ୍କୁ ଦର୍ଶନ ପାଇଁ ସରକାରଙ୍କୁ ଅନୁରୋଧ । ପାର୍ବଣ ଋତୁରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ମା ବରୁଣେଇ, ମା ଭାଗବତୀ ଓ ଉଗ୍ରତାରା ଆଦି ପୀଠରେ ଏବେ ଚିଲିଛି ନବରାତ୍ରୀ ପୂଜା । ସମସ୍ତ ନୀତି ନିୟମ ଅନୁଯାୟୀ ମାଙ୍କ ପୂଜା ଚାଲିଛି । କିନ୍ତୁ ଭକ୍ତମାନେ କରୋନା କଟକଣା ପାଇଁ ମାଙ୍କ ଦର୍ଶନ ନପାଇ ମର୍ମାହତ । ମନ୍ଦିର ମଧ୍ୟରେ ସମସ୍ତ କାର୍ଯ୍ୟ ସେବାୟତ ମାନଙ୍କ ଦ୍ୱାରା ସଂପାଦନ ହେଉଛି । ଏଣୁ ଶକ୍ତିପୀଠ ମାନଙ୍କରେ କରୋନା ନିୟମକୁ ପାଳନ କରି ମନ୍ଦିର ପ୍ରବେଶକୁ ଅନୁମତି ଦେବାକୁ ଭକ୍ତ ଓ ସ୍ଥାନୀୟ ଲୋକେ ସରକାରଙ୍କୁ ନିବେଦନ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.