ଦୀର୍ଘ ୯ ମାସ ପରେ ଆସନ୍ତାକାଲି ଖୋଲିବ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚେକେଶ୍ଵରୀ ମନ୍ଦିର

କରଞ୍ଜିଆ(କେନ୍ୟୁଜ୍):  ଦିର୍ଘ ୯ ମାସ ପରେ ଆସନ୍ତା କାଲି ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚେକେଶ୍ଵରୀ ମନ୍ଦିର ଖୋଲିବ । କରୋନା ଗାଡ଼ଲାଇନକୁ ମାନି ଆସନ୍ତାକାଲି ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ଓଡ଼ିଶାର ୧୨ଶହ ବର୍ଷ ପୂରାତନ ଖିଚିଂ ମନ୍ଦିର କୁ ଦେଶ ବିଦେଶରୁ ପର୍ଯ୍ୟଟକ ଓ ଭକ୍ତ ଆସିଥାନ୍ତି ।  ଖିଚିଂ ମନ୍ଦିରଟି ବିଶ୍ୱରେ ଏକ ମାତ୍ର ମନ୍ଦିର ଯାହାକି ସମ୍ପୂର୍ଣ୍ଣ କଳା ମୁଗୁନି ପଥରେ ନିମାର୍ଣ କରାଯାଇଛି ।

ଏହି ମନ୍ଦିରଟି ୯୨୦ ରୁ ୯୨୬ ଖ୍ରୀଷ୍ଟାଦ୍ଦରେ ସ୍ଥାପନ କରାଯାଇଥିବାର ସରକାରୀ ଭାବେ ଘୋଷଣା କରାଯାଇଛି । ଖିଚିଂ ମନ୍ଦିରରେ ପୂଜା ପାଉଛନ୍ତି ମା କିଚେକେଶ୍ୱରୀ ଠାକୁରାଣୀ ଓ ଚନ୍ଦ୍ରଶେଖର ମାହାଦେଵ । ପ୍ରାକୃତିକ ବିପର୍ଯ୍ୟୟ କାରଣ ପାଇଁ ହେଉ କିମ୍ବା କଳାପାହାଡ଼ ଆକ୍ରମରେ ମନ୍ଦିରଟି  ଭାଙ୍ଗି ଯାଇଥିଲା । ପରବର୍ତ୍ତୀ ସମୟରେ ୧୯୩୪ ମସିହାରେ ମୟୁରଭଞ୍ଜ ମହାରାଜା ପୂର୍ବ ମନ୍ଦିର ସ୍ଥାନରେ ପୁନର୍ବାର ମନ୍ଦିର  ନିର୍ମାଣ କରିଥିଲେ । ବର୍ଷ ତମାମ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ ଏହି ସ୍ଥାନ ରେ କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ଦିର୍ଘ ୯ ମାସ ହେବ ଭକ୍ତ ମାନଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା ।  ଦେଶ ସ୍ବାଧୀନତା ପୂର୍ବରୁ ମୟୁରଭଞ୍ଜ ରାଜାଙ୍କ ଦାୟିତ୍ୱରେ ଥିଲା ଏହି ମନ୍ଦିର । ପରବର୍ତ୍ତୀ ସମୟରେ ଏହା ରାଜ୍ୟ ସରକାରଙ୍କ ଦେବତ୍ତର ବିଭାଗର ଦାୟିତ୍ୱ ରେ ଅଛି  । ମନ୍ଦିରର ରକ୍ଷଣାବେକ୍ଷଣ ଓ ନୀତି କାର୍ଯ୍ୟ ପାଇଁ କରଞ୍ଜିଆ ଉପଜିଲ୍ଲାପାଳ ଦାୟିତ୍ୱରେ ଅଛନ୍ତି ।

 

You might also like