କଣିହାଁ: ଅପହରଣ ତାପରେ ଉଦ୍ଧାର । ଉଦ୍ଧାର ପରେ ଏବେ ବନ୍ଧା ହୋଇଛି ଅପହରଣକାରୀ । ଅପହରଣ କରିବା ପରେ ଖେଳୁଥିଲା ଲୁଚକାଳି । ହେଲେ ଶେଷରେ ମୋବାଇଲ ଟ୍ରାକିଙ୍ଗ କରି ମାଡିବସିଲା ପୋଲିସ୍ । ସତରେ ଆଜିକାଲି ସମାଜରେ ବଢିଚାଲିଛି ଅପରାଧ । ଛୋଟ ଛୋଟ କଥାକୁ କେନ୍ଦ୍ର କରି ମଣିଷ କରିପକାଉଛି ବଡ ବଡ ଭୁଲ୍ । ଯାହାର ଫଳ ସ୍ୱରୂପ ତାକୁ ଯିବାକୁ ପଡୁଛି ଜେଲ୍ । ସମାଜରେ ବିଭିନ୍ନ ମାନସିକତା ନେଇ ଅନେକ ଲୋକ ବସବାସ କରୁଛନ୍ତି ।
କିଛି ଲୋକଙ୍କ ପାଖରେ ନିଜ ସ୍ୱାର୍ଥର ମୂଲ୍ୟ ସବୁଠୁ ଅଧିକ । ତେଣୁ ତ ଧିରେ ଧିରେ ହଜିବାକୁ ବସିଲାଣି ମାନବିକତା । ମଣିଷ ମଣିଷର ଶତ୍ରୁ ପାଲଟୁଛି । ଘଟଣା ଯେମିତି ବି ଥାଉ, କ୍ରୋଧ ମଣିଷକୁ ଅନ୍ଧ କରି ଦେଉଛି । ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା ଢେଙ୍କାନାଳ ଜିଲ୍ଲାରୁ ।
ହଠାତ୍ ଚାରିଆଡେ ଖେଳିଗଲା ଖବର । କୁଆଡେ ଗଲା, କିଏ ନେଇଗଲା ୪ବର୍ଷର କୁନି ଝିଅକୁ । ଗାଁରେ ପଡିଗଲା ଚହଳ । ବହୁ ଖୋଜାଖୋଜି ପରେ ଢ଼େଙ୍କାନାଳ ଥାନାରେ ଚାରିବର୍ଷର ଶିଶୁକନ୍ୟାକୁ ଅପହରଣ କରାଯାଇଥିବା ନେଇ ମାଆ ପ୍ରେମଲତା ରଣା ଦେଇଥିଲେ ଏତଲା । ତେବେ ଶେଷରେ ଢ଼େଙ୍କାନାଳ ପୋଲିସ୍ ଏବଂ ରେଙ୍ଗାଲି ପୋଲିସ୍ ମିଳିତ ଚଢାଉ କରି ଉଦ୍ଧାର କରିଛନ୍ତି ଶିଶୁକନ୍ୟାଟିକୁ । ଖାଲି ସେତିକି ଅପହରଣକାରୀକୁ କାବୁ କରିଛନ୍ତି ।
ଖବର ମୁତାବକ, ଢେଙ୍କାନାଳ ରୁ ଚୋରି ହୋଇଥିବା ଚାରିବର୍ଷର ଶିଶୁକନ୍ୟାକୁ ରେଙ୍ଗାଳି ଥାନା ଅନ୍ତର୍ଗତ ସୁଶୁବା ଗ୍ରାମପଞ୍ଚାୟତ ଭାଲିଆବେଡା ଗ୍ରାମରୁ ଉଦ୍ଧାର କରିଛି ପୋଲିସ୍ । ମାଆ ପ୍ରେମଲତା ରଣାଙ୍କ ଏତଲାକୁ ଆଧାର କରି ପୋଲିସ୍ ତଦନ୍ତକୁ ଗୁରୁତ୍ୱର ସହ ନେଇଥିଲା ।
ଅପହରଣକୁ ନେଇ ପୋଲିସ୍ ପଚରାଉଚରା କରିବା ପରେ ଅଭିଯୁକ୍ତ ସମ୍ପର୍କରେ ଜାଣିବା ପରେ ମୋବାଇଲ ଟ୍ରାକିଙ୍ଗ କରି ସିଧା ଘଟଣାସ୍ଥଳରେ ପହଁଚି ଅପହରଣକାରୀ ଯୁବକକୁ ମାଡିବଥିଲା । ଦୁଇ ପଡୋଶୀଙ୍କ କଳିକୁ ନେଇ ଏହି ଅପହରଣ କରାଯାଇଥିବା ପୋଲିସ୍ କିହିଛି ।
ତେବେ ଆପଣ ହିଁ ଚିନ୍ତା କରନ୍ତୁ ସାମାନ୍ୟ କଳି, ଝଗଡାକୁ ନେଇ କଣ ଏଭଳି କୁନି କୁନି ଅବୋଧ ଛୁଆକୁ ଅପହରଣ କରିବା ଠିକ୍ । କଳି, ଝଗଡାର କଣ ଅପୋଷ ସମାଧାନ ନାହିଁ, ନା ଥାନା କି କୋର୍ଟ କଚେରୀ ନାହିଁ । ସମାଧାନର ରାସ୍ତା ନବାହାର ଭଳି ଅପରାଧର ବାଟକୁ କାହିଁକି ଆପଣେଇ ନେଉଛନ୍ତି ଏଭଳି କିଛି ମାନସିକତା ଲୋକ । ସମାଜ ପାଇଁ ଏମାନେ ଭାରି ମାରାତ୍ମକ । ଏଭଳି ଲୋକଙ୍କୁ ଉଚିତ୍ ଶାସ୍ତି ମିଳିବା ନିହାତୀ ଆବଶ୍ୟକ । ଅନ୍ୟପଟେ ଏଭଳି ଏକ ଘଟଣାରେ ପୋଲିସର କାର୍ଯ୍ୟଦକ୍ଷତାକୁ ସମସ୍ତେ ପ୍ରଶଂସା କରିଛନ୍ତି ।