ସୁନ୍ଦରଗଡ଼ : ଅପହରଣକାରୀଙ୍କ କବଳରୁ ଖସି ଆସିଲେ ଅପହୃତ ଛାତ୍ର

ସୁନ୍ଦରଗଡ଼(କେନ୍ୟୁଜ୍) : ଅପହରଣକାରୀଙ୍କ କବଳରୁ ଖସିଆସିଲେ ଅପହୃତ। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ବାଦିବାହାଲ ଗାଁର ସାହିଲ ନାଏକ। ସାହିଲ ତାଙ୍କ ମାମୁଘର ଗୁଣ୍ଡୁରୁଚୁଆଁ ଗାଁରେ ରହି ପାଠ ପଢୁଥିଲେ। ହେଲେ ଗତ ରବିବାର ଖେଳିବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି ପରେ ଥାନାରେ ଏତଲା ଦେଇଥିଲୋ। ଏହାପରେ ତାଙ୍କ ମାମୁଁଙ୍କ ନିକଟକୁ ଫୋନ୍ କରି ଅପହରଣକାରୀ ୧ ଲକ୍ଷ ଟଙ୍କା ଦାବି କରିଥିଲା। ତେବେ ରାତିରେ କୌଶଳ କ୍ରମେ ସାହିଲ ଖସିଆସିବାକୁ ସକ୍ଷମ ହୋଇଥିଲେ। ତାଙ୍କ କହିବା ଅନୁଯାୟୀ ଅପହରଣକାରୀ ତାଙ୍କୁ ଏକ ଜଙ୍ଗଲରେ ବାନ୍ଧି ରଖିଥିଲେ। ପୋଲିସ ଅପହରଣକାରୀଙ୍କୁ ଧରିବା ପାଇଁ ତନାଘନା ଚଳାଇଛି।