ରାଜ୍ୟ

ମୋ କୁକୁର ବାହାରେ ବୁଲୁଥିଲା, ତାକୁ ମୁଁ ଆଣିବାକୁ ଯାଇଥିବାବେଳେ ମତେ ଟେକିନେଲେ

ଭୁବନେଶ୍ୱର (କେନ୍ୟୁଜ): ମୋ କୁକୁର ବାହାରେ ବୁଲୁଥିଲା । ତାକୁ ମୁଁ ଘର ଭିତରକୁ ଆଣିବାକୁ ବାହାରକୁ ଯାଇଥିଲି । ହେଲେ ସେତେବେଳେ ହଠାତ୍ ୭ ରୁ ୮ ଜଣ ଯୁବକ ଆସି ମତେ ଟେକି ନେଇ ଗାଡି ଭିତରେ ପୁରାଇଦେଲେ । ମୋ ମୁହଁକୁ ବାନ୍ଧି ମତେ କୁଆଡେ ନେଇଗଲେ । କିଛି ଏମିତି କଥା କହି ଅପହୃତ ଶଙ୍କର୍ଷଣ ସାହୁ ବଖାଣିଛନ୍ତି ନିଜ ଅପହଣର କାହାଣୀ । ଏହା ସହିତ ସେ ଓଡିଶା ପୋଲିସ୍ ର ସାହସିକତା ଏବଂ ପଦକ୍ଷପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। କହିଛନ୍ତି ଓଡିଶା ପୋଲିସ୍ ର ତୁରନ୍ତ ପଦକ୍ଷପ ପାଇଁ ଆଜି ସେ ସୁରକ୍ଷିତ ଘରକୁ ଫେରିପାରିଛନ୍ତି ।

ରାଜଧାନୀରୁ କିଡନାପ୍ ଆଉ ଯାଜପୁରରୁ ଉଦ୍ଧାର ହୋଇଥିବା ଶଙ୍କର୍ଷଣ ସାହୁ ଶେଷରେ ସେଦିନର କାଳ ରାତି କଥା କହି ଛଳଛଳ ହୋଇଯାଇଛନ୍ତି । ସୂଚନା ମୁତାବକ,  ଭୁବନେଶ୍ବର ପାତ୍ରପଡ଼ା କିଞ୍ଜଲ ଗାର୍ଡେନରୁ ଅପହୃତ ଶଙ୍କର୍ଷଣ ସାହୁଙ୍କୁ ଉଦ୍ଧାର କରିଛି ପୋଲିସ । ଯାଜପୁର ଜିଲ୍ଲା ଧର୍ମଶାଳ ଥାନା ଅରୁଆ ନିକଟ ଏକ ପରିତ୍ୟକ୍ତ ଘରୁ ଉଦ୍ଧାର ହୋଇଛନ୍ତି । ଅପହରଣ ପଛରେ ଅପହୃତ ଶଙ୍କର୍ଷଣ ସାହୁଙ୍କ ଡ୍ରାଇଭର ହେଉଛି ମୁଖ୍ୟ ଅଭିଯୁକ୍ତ । ଟଙ୍କା ପାଇଁ ଅପହରଣ ହୋଇଥିଲା । ଡ୍ରାଇଭର ସମେତ ୩ଜଣଙ୍କୁ ଗିରଫ କରିଛି ପୋଲିସ ।

ଏବେ ବି ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ତେବେ ଡ୍ରାଇଭର ଲକି ଅଭିଯୋଗକାରୀ ସାଜି ଥାନାକୁ ଆସିଥିଲା ଅଭିଯୋଗ ଦେବା ପାଇଁ। କିନ୍ତୁ ପୋଲିସ ତାର ସବୁ ପ୍ଲାନକୁ ଭଣ୍ଡୁର କରିଦେଇଛି । ଅନ୍ୟପଟେ ଅପହୃତ ମାଲିକ ଶଙ୍କର୍ଷଣ ସାହୁ ଓରଫ୍‌ ପିଣ୍ଟୁଙ୍କୁ ଊଦ୍ଧାର କରାଯାଇଥିବା ବେଳେ ସେ ଗୁରୁତର ଅଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ OLA ଡ୍ରାଇଭର ଶଙ୍କର୍ଷଣ ସାହୁଙ୍କୁ ଗତକାଲି ରାତିରେ ଭୁବନେଶ୍ବର ପାତ୍ରପଡ଼ାରୁ ଅପହରଣ କରାଯାଇଥିଲା । ଅପହରଣକାରୀ ତାଙ୍କ ପତ୍ନୀଙ୍କ ନିକଟକୁ ଭିଡିଓ କଲ୍ କରିଥିଲେ। ତାଙ୍କୁ ମାଡ଼ ମାରିଥିବା ଦେଖାଇଥିଲେ। ଶଙ୍କର୍ଷଣଙ୍କୁ ଛାଡିବା ପାଇଁ ଦଶ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ ପିଣ୍ଟୁଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏହା ପରେ ଭୟରେ ତାଙ୍କ ପତ୍ନୀ ପ୍ରଥମେ ୨ଲକ୍ଷ ଟଙ୍କା ପଠାଇଥିଲେ। ତେବେ ଟଙ୍କା ପଠାଇବା ପରେ ସେ ତୁରନ୍ତ ଖଣ୍ଡଗିରି ଥାନାକୁ ଯାଇ ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ।

ଖବର ପାଇବା ମାତ୍ରେ ଖଣ୍ଡଗିରି ଥାନା ପୋଲିସ ଓ ସ୍ପେଶାଲ୍‌ ସ୍କ୍ବାର୍ଡ ପୋଲିସର ଦୁଇଟି ଟିମ୍‌ ଅପହର୍ତାଙ୍କୁ ଧରିବା ପାଇଁ ଲାଗି ପଡ଼ିଥିଲେ। ରାତାରାତି ୨ଟି ପୋଲିସ ଟିମ୍‌ ସେମାନଙ୍କ ଲୋକେସନ୍‌ ଟ୍ରାକିଂରେ ସଫଳ ହେବାପରେ ଯାଜପୁର ଅରୁଆରେ ପହଞ୍ଚି ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଅଭିଯୁକ୍ତମାନେ ଛତ୍ରଭଙ୍ଗ ଦେଇଥିଲେ।

 

Sonalisa

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

18 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

18 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

22 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

45 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

53 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

59 mins ago