ବରିମୁଣ୍ଡରେ ଯୁବକଙ୍କୁ ଅପହରଣ କରି ମାଡ଼ ମାରିବା ଘଟଣା: ୫ ଗିରଫ
ଭୁବନେଶ୍ୱର : ଜମି ବିବାଦକୁ ନେଇ ଜମି ବ୍ୟବସାୟୀ ସନ୍ତୋଷ ପଣ୍ଡାଙ୍କୁ ଅପହରଣ କରି ମାଡ଼ ମାରିବା ଘଟଣାରେ ଭୁବନେଶ୍ବର ମଞ୍ଚେଶ୍ବର ଥାନାରେ ମାମଲା ହୋଇଛି । ଏନେଇ ସନ୍ତୋଷଙ୍କ ପତ୍ନୀ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି । ଏହି ଅଭିଯୋଗ ଆଧାରରେ କମିସନରେଟ ପୋଲିସ ବିଭିନ୍ନ ଅଞ୍ଚଳରେ ରେଡ୍ କରି ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ଅପହରଣରେ ବ୍ୟବହୃତ ଗାଡ଼ି ମଧ୍ୟ ଠାବ ହୋଇଛି ବୋଲି ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ।
ସୂଚନା ଅନୁସାରେ ସୋମବାର ସନ୍ଧ୍ୟାରେ ମଞ୍ଚେଶ୍ବର ଥାନା ବରିମୁଣ୍ଡ ଗ୍ରାମର ସନ୍ତୋଷ କୁମାର ପଣ୍ଡାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେବା ପରେ ହତ୍ୟା ଉଦ୍ୟମ କରିଥିଲେ । ଗତକାଲି ଏହି ଘଟଣା ଆସିଥିଲା ସିସିଟିଭି ଫୁଟେଜ । ଏଥିରେ ଦେଖିବାକୁ ମିଳିଥିଲା ଯେ ଏକ ବୋଲେରୋ ଗାଡିରେ ଯୁବକଙ୍କୁ ଅପହରଣ କରିନେଇଥିଲେ ଅଭିଯୁକ୍ତ । ଗାଡିର ନମ୍ବର ପ୍ଲେଟରେ ବ୍ଲାକ ଟେପ୍ ଲଗାଯାଇଥିଲା । ଅପହରଣ କରିବା ପରେ ଯୁବକଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଗୋଡ଼କୁ ହାଣିବା ପରେ ଗୁଳିମାଡ କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଛି ।