ପ୍ରେମିକକୁ ମାଡ଼ ମାରି ପ୍ରେମିକାକୁ ଅପହରଣ ଘଟଣା, ମୁହଁ ଖୋଲିଲେ ଅପହୃତାଙ୍କ ବୟଫ୍ରେଣ୍ଡ

ଭୁବନେଶ୍ୱର : ମୁହଁ ଖୋଲିଲେ ଅପହୃତାଙ୍କ ବୟଫ୍ରେଣ୍ଡ । ପ୍ରେମିକକୁ ମାଡ଼ ମାରି ପ୍ରେମିକାକୁ ଅପହରଣ ଘଟଣାରେ  ଆହତ ଆକାଶ ସିଂହଙ୍କ ପ୍ରତିକ୍ରିୟା ଆସିଛି । କହିଛନ୍ତି, ଗତକାଲି ରାତିରେ ସାଙ୍ଗଙ୍କ ସହ ସ୍କୁଟିରେ ଅଫିସରୁ ଫେରୁଥିବା ସମୟରେ ପେଟ୍ରୋଲ ସରିଯାଇଥିଲା ।

ପେଟ୍ରୋଲ ଆଣି ଆସିଲା ବେଳକୁ ଏକ ଧଳା କାରରେ ଚାରି ଜଣ ଯୁବକ ଆସିଲେ। ଦୁଇ ଜଣ ବାହାରି କଟୁରୀରେ ଆକ୍ରମଣ କଲେ। ଭୟରେ ସେ ଦୌଡିକି ପଳାଇବା ପରେ ତାଙ୍କ ବନ୍ଧବୀଙ୍କୁ ଯୁବକମାନେ କାରରେ ନେଇଗଲେ ।

ତେବେ ସେମାନେ କିଏ ଜାଣିନଥିବା କହିଛନ୍ତି ଅପହୃତାଙ୍କ ବୟଫ୍ରେଣ୍ଡ ଆକାଶ ସିଂହ ।  ଗତକାଲି ଭୁବନେଶ୍ବର ଲୁମ୍ବିନୀ ବିହାରରୁ ଯୁବତୀଙ୍କୁ ଅପହରଣ କରାଯାଇଥିଲା। ଉଦ୍ଧାର ପରେ ଯୁବତୀ ଜଣଙ୍କ ସୁସ୍ଥ ଥିବା ପୋଲିସ କହିଛି। ସ୍ଵତନ୍ତ୍ର ଟିମ ଗଠନ କରି ତଦନ୍ତ କରୁଛି ପୋଲିସ