ରାଜ୍ୟ

ଏଠି ଯୁବକ ବି ଚାଲୁଛନ୍ତି ବାଡି ଧରି, ଘାରିଛି ଅଜଣା ରୋଗ ଚିନ୍ତାରେ ଗାଁ ଲୋକେ

ରେଢାଖୋଲ (କେନ୍ୟୁଜ) : କିଏ ଖଟରେ ଶୋଇ ରହିଛି ତ, ଆଉ କିଏ ବାଡି ଧରି ନଇନଇ ଚାଲୁଛି । ସମସ୍ତେ କିନ୍ତୁ ଯୁବକ । ହେଲେ ଯୌବନରେ ସେମାନଙ୍କର ବୃଦ୍ଧାଅବସ୍ଥା । କିଛି ବୁଝିବା ଆଗରୁ ଦେହରେ ଆକ୍ରାନ୍ତ କଲାଣି କିଡିନି ରୋଗ । ହଁ ଆଜ୍ଞା ଗାଁରୁ ଗାଁ ,ଏଘରୁ ସେଘର ମାଡିଲା ଭଳି ବ୍ୟାପି ଯାଉଛି ଏହି ମାରାତ୍ମକ ରୋଗ । ଦିନକୁ ଦିନ ବଢୁଛି କିଡିନି ରୋଗୀଙ୍କ ସଂଖ୍ୟା । ଲୋକେ ରୋଗ ଜାଣିବା ଆଗରୁ ଦେହକୁ ଘାରି ଯାଉଛି ଏହି ରୋଗ । ଲୋକେ ଚିକିତ୍ସା କରିବେ କଣ ଗରିବୀ ସମସ୍ୟା ଦୁର୍ଦ୍ଦଶାକୁ ଦୁଇଗୁଣିତ କରୁଛି । ଗାଁରେ ଏବେ ଚିନ୍ତା ସମସ୍ତଙ୍କୁ । କାହିଁକି ନା ପିଇବା ପାଣିରୁ କୁଆଡ଼େ ରୋଗ ହେଉଛି ।

ଲୋକେ ପାଣି ଯଦି ନପିଇବେ ତେବେ ବଞ୍ଚିବେ କେମିତି ? ପୁଣି ଏଠାକର ପାଣି ଛଡ଼ା ଆଉ ବିକଳ୍ପ ନାହିଁ । ଜୀବନ ଦେଉଥିବା ପାଣି ଯଦି ଜୀବନ ନେବ ତାହେଲେ ଲୋକେ ଆଉ କରିବେ କଣ? ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଲୁହାପଙ୍କ ପଞ୍ଚାୟତର କୁସୁମଖୋଳ ଗାଁ । ଗାଁରେ ଏବେ ୬ଜଣ ଲୋକ କିଡିନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ଆଉ ୮ ଜଣ ରୋଗୀଙ୍କର ଜୀବନ ମଧ୍ୟ ଗଲାଣି । ଗାଁରେ ଥିବା ୩ଟି ନଳକୂଅରୁ ଗୋଟିକରୁ ବି ପିଇବା ଉପେଯାଗୀ ପାଣି ବାହାରୁ ନାହିଁ । କେଉଁଠି ଲାଲ ତ, କେଉଁଠି ଲୁହା କଳଙ୍କି ଗୁଣ୍ଡ ବାହାରୁଛି । ସେହି ପାଣି ହିଁ ଦୈନନ୍ଦିନ କାରବାର ପାଇଁ ଏକମାତ୍ର ସାହାରା । ରୋଗ ହେଲେ କୁଆଡ଼େ ବା ଯିବେ । ଏକରେ ଦାରିଦ୍ର୍ୟକୁ ଅଜ୍ଞାନତା । କଟକ କି ବୁର୍ଲା ମେଡିକାଲରେ ରୋଗ ଦେଖାଇ ପାରୁଛନ୍ତି ନାଁ ଔଷଧ କିଣି ଖାଇପାରୁଛନ୍ତି ବୋଲି ରୋଗୀ ଓ ସମ୍ପର୍କୀୟ କୁହନ୍ତି ।

ରେଢାଖୋଲ ବ୍ଳକର ତ୍ରୀବଣପୁର ପଞ୍ଚାୟତ ସାନ ଖଲିଆମାଳ, ବଂଶାଜାଲ ପଞ୍ଚାୟତର ହେଲେଇ, ମୂଷାକଟା, କଦଳୀଗଡ ପଞ୍ଚାୟତର ତନ୍ତଗାର୍ଡ,ରେଢାଖୋଲ ଏନଏସିର କୁହି ଏସବୁ ଗାଁରେ କିଡିନୀ ରୋଗୀ ସଂଖ୍ୟା ବଢୁଛି । ପ୍ରଶାସନ ପକ୍ଷରୁ ରୋଗୀ ଚିହ୍ନଟ,ଚିକିତ୍ସା ବ୍ୟବସ୍ଥା କରାଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଦୀର୍ଘ ଦୁଇ ,ତିନି ବର୍ଷ ହେଲାଣି କିଡନୀ ରୋଗ ଜଣକ ପରେ ଜଣେକୁ ଆକ୍ରାନ୍ତ କରି ଚାଲିଛି । ଲୋକେ ଏବେ ଭୟଭୀତ । ମାତ୍ର ୩୫ ବର୍ଷ ବୟସରୁ ରୋଗମାଡି ବସୁଛି । ସବୁଠୁ ବଡକଥା ଏପର୍ଯ୍ୟନ୍ତ ଚିକିତ୍ସା ବ୍ୟବସ୍ଥା ଗାଁରେ କରାଯାଇ ପାରି ନାହିଁ । ଏ ନେଇ ଆମେ ଭେଟିଥିଲୁ ରେଢ଼ାଖୋଲ ଉପଜିଲ୍ଲାପାଳଙ୍କୁ । ସେ କହିଛନ୍ତି, ଖୁବ ଶୀଘ୍ର ମେଡିକାଲ ଟିମ ପଠା ଯାଇ ଏସବୁ ଗାଁରେ ଚିକିତ୍ସା ଆରମ୍ଭ କରିବା ସହ ପିଇବା ପାଣିର ପରୀକ୍ଷା ମଧ୍ୟ କରାଯିବ । ପ୍ରଶାସନ ଏଠାକାର ପରିସ୍ଥିତି ନେଇ ଅବଗତ ହୋଇ ସାରିଛି । ତେଣୁ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ସହ ପାଣି ସମସ୍ୟା ମଧ୍ୟ ଦୂର କରନ୍ତୁ । ନଚେତ ଅକାଳରେ ଝଡ଼ି ପଡ଼ିବ ଅନେକ ନିରୀହ ଜୀବନ ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago