ପୁଣି ରିମାଣ୍ଡରେ ଯିବ କିଡନୀ ଠକ ହିମାଂଶୁ ନନ୍ଦ, କୋର୍ଟରେ ଆବେଦନ କଲା ଲକ୍ଷ୍ମୀସାଗର ପୋଲିସ୍

ଭୁବନେଶ୍ବର: ପୁଣି ରିମାଣ୍ଡରେ ଯିବ କିଡନୀ ଠକ ହିମାଂଶୁ ନନ୍ଦ। ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଛି ଲକ୍ଷ୍ମୀସାଗର ପୋଲିସ । ପୂର୍ବରୁ ନୟାପଲ୍ଲୀ ପୋଲିସ ହିମାଂଶୁକୁ ୩ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ସମୟରେ ହିମାଂଶୁ ନନ୍ଦର କଳା ସାମ୍ରାଜ୍ୟର ଅନେକ ଗୁମର ପୋଲିସ ହାତରେ ଲାଗିଛି । ଲୋକଙ୍କୁ ଠକି ସେମାନଙ୍କ ଟଙ୍କାରେ ହିମାଂଶୁ କରିଥିଲା ସୋରୁମ୍‌ । ପିପିଲି ନିକଟରେ ତାର ରହିଛି ଏକ ହୋମ୍‌ ଡେକୋରେଟିଂ ଅଫିସ ।

ନିଜ ଅଫିସର ବିଜ୍ଞାପନ ବିଭିନ୍ନ ୱେବ ପୋର୍ଟାଲରେ କରୁଥିଲା ହିମାଂଶୁ । ହିମାଂଶୁ କେବଳ ଭୁବନେଶ୍ୱର ନୁହେଁ, ବିଭିନ୍ନ ଜିଲ୍ଲାରେ ଲୋକଙ୍କୁ କିଡନୀ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିଛି । ଏବେ ସୁଦ୍ଧା ତା ନାଁରେ ରୁଜୁ ହୋଇଛି ୪ଟି ମାମଲା । ଏବେ ରାଜ୍ୟ ବାହାର ଲିଙ୍କର ଖୋଳତାଡ ଆରମ୍ଭ କରିଛି କମିଶନରେଟ ପୋଲିସ । ହିମାଂଶୁର କଲ୍‌ ଡିଟେଲ୍‌ ରିପୋର୍ଟ ଯାଞ୍ଚ କରାଯାଉଛି । ତାସହ ଲିଙ୍କରେ ଥିବା ଲୋକଙ୍କୁ ଖୁବଶୀଘ୍ର ପଚରାଉଚରା କରିପାରେ କମିଶନରେଟ ପୋଲିସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.