ଭୁବନେଶ୍ବର (କେନ୍ୟୁଜ୍) : କିମ୍ସର ଖାତି ସମ୍ପନ୍ନ ହୃଦ୍ଶଲ୍ୟ ବିଶେଷଜ୍ଞ ଡାକ୍ତର ଅନୁପମ ଜେନାଙ୍କୁ ଶନିବାର କୋରିଆ ହାର୍ଟ ରିଦିମ୍ ସୋସାଇଟି ପକ୍ଷରୁ ବେଷ୍ଟ କ୍ଲିନିକାଲ କେସ୍ ପୁରସ୍କାର ପ୍ରଦାନ କରାଯାଇଛି । ଏକ ବିରଳ ହୃଦ୍ ଅସ୍ତ୍ରୋପଚାର ପାଇଁ ଡାକ୍ତର ଜେନାଙ୍କୁ ଏହି ପୁରସ୍କାର ମିଳିଛି । ହାର୍ଟ ରିଦିମ୍ ସୋସାଇଟିର ୧୧ ତମ ବାର୍ଷିକ ବୈଜ୍ଞାନିକ ଅଧିବେଶନରେ ସୋସାଇଟିର ସଭାପତି ‘ଚୁଂ ହ୍ଵାନ୍ କ୍ୱାକ୍’ ଏବଂ ଟ୍ରଷ୍ଟି ବୋର୍ଡର ଅଧ୍ୟକ୍ଷ ‘ୟୋଂ ସିଓଗ୍ ଓ’ଙ୍କ ଉପସ୍ଥିତିରେ ଡାକ୍ତର ଜେନାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଡାକ୍ତର ଜେନା ଓ ତାଙ୍କ ଦଳ ୬୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କଠାରେ ହଠାତ୍ ହୃଦଘାତ ହୋଇ ଦେଖାଦେଇଥିବା ଏଣ୍ଟିରିଅର ଓ୍ଵାଲ୍ ଏମ୍ଆଇ ଓ ପୋଷ୍ଟ ଆଇସିଡି ଇଂପ୍ଲାଣ୍ଟେସନ୍ କରାଯାଇଥିଲା । ରୋଗୀ ଜଣଙ୍କୁ ଭିଟି ଷ୍ଟର୍ମ ଏବଂ ଅନେକ ଗୁଡ଼ିକ ଆଇସିଡି ସକ୍ ଦିଆଯାଇଥିଲା । ଡାକ୍ତର ଜେନା ଓ ତାଙ୍କ ଡାକ୍ତରୀ ଦଳ ରୋଗୀଙ୍କଠାରେ ସଫଳତାର ସହ ଭିଟି ଆବ୍ଲେସନ୍ କରାଇଥିଲେ । ଡାକ୍ତର ଜେନାଙ୍କ ଏହି ସଫଳତାରେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ତାଙ୍କ ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।