କନ୍ଧମାଳରେ କିମ୍‌ସ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର, ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଦିଆଯାଉଛି ମାଗଣା ଚିକିତ୍ସା

କନ୍ଧମାଳ (କେନ୍ୟୁଜ୍) : ଟିକାବାଲି, ଫୁଲବାଣୀର ଡଡକି ଓ ଖଜୁରିପଡା ବ୍ଲକର ଘୁ.ଉଦୟଗିରି, ଚକାପାଦ, ରାଇକିଆ, ଫିରିଙ୍ଗିଆରେ କିମ୍ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଓ ଔଷଧ ବିତରଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । କିମ୍ସରୁ ଆସିଥିବା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇଛି । ଏଭଳି କାର‌୍ୟ୍ୟକ୍ରମ ପାଇଁ ସ୍ଥାନୀୟ ଲୋକେ କିଟ୍, କିମ୍ସ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କାର‌୍ୟ୍ୟକ୍ରମରେ କିମ୍ସ ଓ କିସର ବହୁ କର୍ମୀ ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.