କେରଳ ବନ୍ୟା ପ୍ରପୀଡ଼ିତଙ୍କ ସେବାରେ କିମସ ଡାକ୍ତରୀ ଦଳ

ଭୁବନେଶ୍ବର(କେନ୍ଯୁଜ୍): କେରଳ ବନ୍ୟା ପ୍ରପୀଡ଼ିତ ବିଭିନ୍ନ ଜିଲ୍ଲା ଓ ପଞ୍ଚାୟତରେ କିମସ ଡାକ୍ତରୀ ଦଳ ଲୋକମାନଙ୍କ ଚିକିତ୍ସା ଜାରି ରଖିଛନ୍ତି । ବିଶେଷକରି ତ୍ରିସୂର ଜିଲ୍ଲାର ଏଡାଥୁରୁଥି ଏବଂ ପେରିଜାନମ ପଞ୍ଚାୟତରେ କିମ୍ସ ଡାକ୍ତରୀ ଦଳ ଦୈନିକ ୪ଟି ଲେଖାଏଁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ ।
ସେହିପରି ପାଡିୟୁର, ନେ଼ଡୁମପୂଝା, ଏଡାଥିରଜି ଆଦି ପଞ୍ଚାୟତରେ ମଧ୍ୟ ଡାକ୍ତରୀ ଦଳ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଜନଜାତି ଅଧ୍ୟୁଷିତ ୱାୟାନାଡ ଜିଲ୍ଲାର ପାନାମାରାମ, କୁରୁକାମୁଝା ସମେତ ବିଭିନ୍ନ ପଞ୍ଚାୟତରେ ମଧ୍ୟ କିମ୍ସ ଡାକ୍ତରୀ ଦଳ ପହଞ୍ଚି ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଜାରି କରିଛନ୍ତି ।