Categories: ରାଜ୍ୟ

କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ୍‌ ଇନିସିଏଟିଭ୍‌ ଓ ସଖା ମିଳିତ ପ୍ରୟାସ ଆରମ୍ଭ

ଭୁବନେଶ୍ବର (କେନ୍ଯୁଜ୍) : କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରିବାକୁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ୍‌ ଇନିସିଏଟିଭ୍‌ ଓ ସଖା ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛନ୍ତି । ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ପରିମଳ ସଂପର୍କରେ ଘର ଘର ବୁଲି କିନ୍ନରମାନେ ସଚେତନ କରିବେ । ଏହି କାର୍ଯ୍ୟକ୍ରମ ଏକ ପାଇଲଟ ପ୍ରକଳ୍ପ ଭାବେ ରାୟଗଡା ଜିଲ୍ଳାର ରାୟଗଡ଼ା ଓ ଗୁଣୁପୁର ବ୍ଳକରେ ଆରମ୍ଭ କରାଯିବ । ଏହାର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମ ହାତକୁ ନିଆଯିବ । ପ୍ରାଥମିକ ଭାବେ ଏହି କାର୍ଯ୍ୟକ୍ରମକୁ ଗବେଷଣାତ୍ମକ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇଛି ।

ଓଡିଶାରେ ଅଜିମ୍‌ ପ୍ରେମ୍‌ଜୀ ଫିଲାନଥ୍ରୋପିକ ଇନିସିଏଟିଭ୍‌ ଓ ଓଡିଶା ସରକାର ମିଳିତ ଭାବେ ଓଡ଼ିଶା ନ୍ୟୁଟ୍ରିସନ୍‌ ଆକ୍ସନ ପ୍ଲାନ କାର୍ଯ୍ୟକ୍ରମ ଚଳାଉଛନ୍ତି । ଏହା ଅଧୀନରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ପରିମଳ ସଂପର୍କରେ କିନ୍ନରମାନେ ଦଳଗତ ଓ ବ୍ୟକ୍ତିଗତ ଭାବେ ସଚେତନତା ସୃଷ୍ଟି କରିବେ । ପୂର୍ବରୁ ଅଙ୍ଗନବାଡି ଓ ଆଶା କର୍ମୀମାନେ ଏହି କାର୍ଯ୍ୟ କରୁଥିଲେ ।

ତେବେ ସଚେତନତା ବ୍ୟାପକ ହୋଇପାରିନାହିଁ ବୋଲି ଲକ୍ଷ୍ୟ କରାଯାଉଛି । ତେଣୁ ପରୀକ୍ଷାମୂଳକ ଭାବେ ଏଭଳି କାର୍ଯ୍ୟକ୍ରମରେ କିନ୍ନରମାନଙ୍କୁ ସାମିଲ କରାଯିବ । ପୂର୍ବରୁ କିନ୍ନରମାନେ ଏଚ୍‌ଆଇଭି, ଏଡସ୍‌ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । କିନ୍ତୁ ସେମାନଙ୍କ କୌଣସି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ବା ଯୋଜନା ନଥିଲା । ଲୋକଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ ହୋଇପାରୁନଥିଲା । ଏବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ଅଧିକ ଗ୍ରହଣୀୟ ହୋଇପାରିବେ ଏବଂ ନିଜକୁ ସାମିଲ କରିପାରିବେ କିନ୍ନର । ଯେହେତୁ କିସ କିନ୍ନରମାନଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବାକୁ କାର୍ଯ୍ୟ କରିଆସୁଛି । ସେଥିପାଇଁ ଏହି କାର୍ଯ୍ୟକ୍ରମର ପରାମର୍ଶଦାତା ଓ ବୈଷୟିକ ସହଯୋଗୀ ଭାବେ କିସ୍‌ କାର୍ଯ୍ୟ କରିବ ।

କିସ୍‌ ସହଯୋଗରେ କିନ୍ନରଙ୍କ ଯୋଗୁଁ ଏପ୍ରକାର କାର୍ଯ୍ୟକ୍ରମ ଦେଶରେ ପ୍ରଥମ । କିନ୍ନରମାନଙ୍କ ସଂଗଠନ ସଖାର ସଦସ୍ୟମାନେ ଏଥିରେ କାର୍ଯ୍ୟ କରିବେ । କିନ୍ନରମାନଙ୍କୁ ବାଂଲା ନାଟକ ସଂସ୍ଥା ତାଲିମ ପ୍ରଦାନ କରି ଏପ୍ରକାର ସାମାଜିକ ବାର୍ତ୍ତା ପ୍ରଦାନର କୌଶଳ ଶିକ୍ଷା ଦେବ । ପ୍ରଥମେ ସେମାନେ ଗୋଷ୍ଠୀଗତ ଭାବେ ରାୟଗଡ଼ା ଓ ଗୁଣୁପୁର ବ୍ଲକର ବିଭିନ୍ନ ଗାଁକୁ ଯାଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରିବେ । ପରେ ସେମାନେ ବ୍ୟକ୍ତିଗତ ଭାବେ ଘରକୁ ଘର ବୁଲି ମହିଳା ଓ ଅନ୍ୟମାନଙ୍କୁ ଏସଂପର୍କରେ ସଚେତନ କରାଇବେ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago