ଯେତେ ପ୍ରଶଂସା କଲେ ବି କମ୍‌ ହେବ : କ୍ରୀଡ଼ା କ୍ଷେତ୍ରରେ ଜୀବନବ୍ୟାପୀ ସହଯୋଗ ପାଇଁ ଓସିଏ ପକ୍ଷରୁ କିିଟ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସମ୍ମାନିତ

କଟକ(କେ ନ୍ୟୁଜ): କ୍ରୀଡ଼ା କ୍ଷେତ୍ରରେ ଜୀବନବ୍ୟାପୀ ସହଯୋଗ ପାଇଁ କିିଟ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ସମ୍ମାନିତ। ଓଡ଼ିଶା ଅଲମ୍ପିକ ଆସୋସିଏସନର ନବ ନିର୍ବାଚିତ ସଦସ୍ୟମାନେ ଡ. ସାମନ୍ତଙ୍କୁ ସମ୍ମାନିତ କରିଛନ୍ତି । କଟକ ବାରବାଟୀ ଷ୍ଟାଡିୟମ ଅଲମ୍ପିକ ଆସୋସିଏସନ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଡ. ସାମନ୍ତଙ୍କ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି ଓଡ଼ିଶା ଅଲମ୍ପିକ ଆସୋସିଏସନର ସଦସ୍ୟ ମାନେ ।

କ୍ରୀଡ଼ା ପାଇଁ ସେ ସବୁବେଳେ ରହିଛନ୍ତି ଓ ସମସ୍ତ ସହଯୋଗ ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସାଂସଦ ଡ. ଅଚ୍ୟୁତ ସାମନ୍ତ। ଏହା ସହ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ କିଟ୍‌ ପରିସରରେ ରାଜ୍ୟ ଆଥଲେଟିକ ମିଟ ଆୟୋଜନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ଯୋଗ ଦେଇଥିଲେ।

Leave A Reply

Your email address will not be published.