ବାପା ମା’ ଛେଉଣ୍ଡ ୩ ପିଲାଙ୍କୁ ସାହାଯ୍ୟର ହାତ ବଢାଇଲେ ଡଃ ଅଚ୍ୟୁତ ସାମନ୍ତ, ପଢିବା ପାଇଁ କିସ୍‌ ରେ ଦେଲେ ସୁଯୋଗ

ଗଂଜାମ(କେନ୍ୟୁଜ୍‌): ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ଭୋଗିବନ୍ଧ ଗାଁ ର ତିନି ଗୋଟି ସନ୍ତାନଙ୍କ ବାପା, ମାଆଙ୍କ ମୃତ୍ୟୁ ପରେ ଅସହାୟ ଅବସ୍ଥାରେ ଥିବା  ଖବର ପ୍ରସାରଣ ହେବା ପରେ କିଟ୍, କିସ୍ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ସେମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି। ତିନି ଜଣଙ୍କୁ କିସ୍ ରେ ପାଠ ପଢିବା ପାଇଁ ସୁଯୋଗ ଦେବା ସହ କିସ୍ ଖୋଲିବା ପର୍ଯ୍ୟନ୍ତ ମାସକୁ ତିନି ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ କହିଛନ୍ତି ଡଃ ଅଚ୍ୟୁତ ସାମନ୍ତ ।

ରିପୋର୍ଟ ଅନୁଯାୟୀ ଖବର ପ୍ରକାଶ ପାଇବା ପରେ ସେମାନଙ୍କ ଗାଁରେ ପ୍ରତିନିଧି ପହଞ୍ଚି ତିନି ଜଣଙ୍କୁ ଦୁଇ ମାସର ଛଅ ହଜାର ଟଙ୍କା ପ୍ରଦାନ କରିବା ସହ ଡଃ ଅଚ୍ୟୁତ ସାମନ୍ତଙ୍କ ପତ୍ର  ପ୍ରଦାନ କରିଛନ୍ତି। ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ଭୋଗିବନ୍ଧ ଗାଁ ର କୁଷନ ନାୟକ ଓ ମାଆ ବାଳାବତୀଙ୍କ ଦୁଇ ମାସ ମଧ୍ୟରେ ମୃତ୍ୟୁ ହୋଇଯିବା ପରେ ପିଲାମାନେ କିପରି ଚଳିବେ ତାକୁ ନେଇ ସଂକଟ ଦେଖାଦେଇଥିଲା । କିନ୍ତୁ ଏବେ ଡଃ ସାମନ୍ତଙ୍କ ଚିଠି ଓ ଟଙ୍କା ପାଇବା ପରେ ଖୁସି ପ୍ରକାଶ କରିଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.