ପକ୍ଷ ରଖିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା, କିଟ୍ ରେଜିଷ୍ଟ୍ରାର ଓ ଭିସି ମଧ୍ଯ କମିଟି ନିକଟରେ ନିଜ ପକ୍ଷ ରଖିଲେ

ଭୁବନେଶ୍ୱର : କିଟ୍ ଘଟଣାରେ ରାଜ୍ଯ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟି ନିକଟରେ ନିଜ ପକ୍ଷ ରଖିଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ସେହିଭଳି କିଟ୍ ରେଜିଷ୍ଟ୍ରାର ଓ ଭିସି ମଧ୍ଯ କମିଟି ନିକଟରେ ନିଜ ପକ୍ଷ ରଖିଛନ୍ତି । ତିନୋଟି ଦିଗ ଉପରେ ତଦନ୍ତ କରୁଛି କମିଟି । ଆଜି କିଟ୍ ବିଶ୍ୱବିଦ୍ୟାଳୟର ୮ ବରିଷ୍ଠ କର୍ତ୍ତୃପକ୍ଷଙ୍କୁ ସମସ୍ତ ତଥ୍ୟ ଦେବା ପାଇଁ କମିଟି ପକ୍ଷରୁ କୁହାଯାଇଥିଲା । ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ କମିଟି ଯେଉଁ ସବୁ ତଥ୍ଯ କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଠାରୁ ଜାଣିବାକୁ ଚାହିଁଥିଲେ  ।  ସେ ସମ୍ପର୍କରେ ସମସ୍ତ ତଥ୍ଯ କମିଟିକୁ ଯୋଗାଇ ଦିଆଯାଇଥିବା ଜଣାପଡିଛି ।