କିଟ୍‌ ଓ କିସ୍‌ ମିନି ମାରାଥନ୍: ସାରା ରାଜ୍ୟ ଦୌଡିଥିଲା ଗୋଟିଏ ମହା ଉଦ୍ଦେଶ୍ୟରେ

ଅନୁଗୁଳ: ଗତ ୨୯ ତାଖରେ ସାରା ରାଜ୍ଯ ଦୌଡିଥିଲା ଗୋଟିଏ ମହା ଉଦ୍ଦେଶ୍ଯରେ । ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟ ଏବଂ ସଚେତନତା ଉଦ୍ଦେଶ୍ଯରେ ଆୟୋଜିତ ହୋଇଥିଲା କିଟ୍‌ ଓ କିସ୍‌ ଚତୁର୍ଥ ମିନି ମାରାଥନ । ଏକା ସଙ୍ଗରେ ରାଜ୍ଯର ୩୦ ଜିଲ୍ଲା ଏବଂ ୫ଟି ନଗର ସମେତ ମୋଟ୍‌ ୩୫ଟି ସହରରେ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଅନୁଗୋଳ କିଟ୍‌ ଓ କିସ୍‌ ପକ୍ଷରୁ ପାଳନ କରାଯାଇଥିଲା ୨୫ତମ ରୌପ୍ଯ ଜୟନ୍ତୀ ଉପଲକ୍ଷେ ମିନି ମାରାଥନ । ଏହି ଅବସରରେ ଅନୁଗୋଳ ଷ୍ଟାଡିୟମ୍‌ ଠାରୁ ବାହାରି ସଂସ୍କୃତ ମହାବିଦ୍ୟାଳୟ ରେ ପହଁଚିଲେ। ଏହି ଗଣ ଦୌଡ଼ରେ ସାମିଲ ହେଲେ ୩୦୦ ରୁ ଅଧିକ ଛାତ୍ରଛାତ୍ରୀ। ଅନୁଗୋଳ ଷ୍ଟାଡିୟମରେ ଏହାର ଶୁଭ ଉଦଘାଟନ କରିଥିଲେ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ଓ ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତି ବେହେରା । ପରେ ସଂସ୍କୃତ ମହାବିଦ୍ୟାଳୟରେ ଆୟୋଜିତ ଏକ ସଭାରେ ଅନୁଗୋଳ ପୌରପାଳିକା ନଗରପାଳ ଅକ୍ଷୟ ସାମନ୍ତ,ଆଦର୍ଶ ଗ୍ରୁପର ଅଧ୍ୟକ୍ଷ ମହେଶ ଧଳ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କ ପାଇଁ ଶିକ୍ଷା ଉପରେ ମନ୍ତବ୍ଯ ଦେଇ ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇଥିଲେ।

ବଲାଙ୍ଗିର: ବଲାଙ୍ଗିରରେ କିଟର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ କିଟ ସିଲଭର ଜୁବୁଲି ପାଳନ ହୋଇଯାଇଛି । ଏନେଇ ଗତ ୨୯ ତାଖରେ ବଲାଙ୍ଗିରରେ ମିନି ମାରାଥନ ଆୟୋଜନ ହୋଇଥିଲା ।ବଲାଙ୍ଗିର କୋଶଳ କଲାମଣ୍ଡଳ ପଡ଼ିଆରୁ କିସ କ୍ୟାମ୍ପସ ପର୍ଯ୍ୟନ୍ତ ମିନି ମାରାଥନ କରାଯାଇଥିଲା । କୋଶଳ କଲାମଣ୍ଡଳ ପଡିଆ ରେ ଵଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ପରେ କିସ କ୍ୟାମ୍ପସ ରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଯୋଗ ଦେଇ ପ୍ରତିଯୋଗୀ ଙ୍କ ଉସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ସଂସଦ ର ସମ୍ପାଦକ ହରି ନାରାୟଣ ପୂଜାରୀ , ଵଲାଙ୍ଗିର SDPO ତୋଫାନ ବାଗ , ଅଧ୍ୟାପକ ପ୍ରମୋଦ କୁମାର ସାହୁ , ଆଇନଜୀବୀ ପ୍ରିୟରଞ୍ଜନ ବହିଦାର ଉପସ୍ଥିତ ଥିଲେ । ଏହି ମାରାଥନ ରେ ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ବିଭିନ୍ନ ଅନୁଷ୍ଠାନ ର ପ୍ରତିଯୋଗୀ ଭାଗ ନେଇଥିଲେ ।

ବାଲେଶ୍ବର: କିଟ୍ ଓ କିସ୍ ପକ୍ଷରୁ ଏହି ମିନି ମାରାଥନ୍ ବାଲେଶ୍ବରରେ ମଧ୍ଯ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ବିଶ୍ଵର ୨୫ଦେଶ, ଭାରତର ୨୫ଟି ସହର ଓ ଓଡ଼ିଶାର ଭୁବନେଶ୍ବର ସମେତ ୩୪ଟି ସହରରେ ଏହି ମିନି ମାରାଥନ ଆୟୋଜନ କରାଯାଇଥିଲା । ଏହି ଗଣ ଦୌଡ଼ କୁ ବାଲେଶ୍ଵର ଏ ଡି ଏମ ( ଜେନେରାଲ) ଶ୍ରୀ ନିଲୁ ମହାପାତ୍ର ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୁତାର ଙ୍କ ସମେତ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା ପତାକା ଦେଖାଇ ଗଣଦୌଡ ର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବାଲେଶ୍ଵର ସହରର ସାଧାରଣ ଜନତା ସ୍ୱତପ୍ରବୃତ ଭାବରେ ସାମିଲ ହେବା ସହ ବାଲେଶ୍ଵର କ୍ରୀଡ଼ା ଛାତ୍ରାବାସର ଛାତ୍ରଛାତ୍ରୀ , ସାମାଜିକ ଅନୁଷ୍ଠାନ ହେଲ୍ପିଙ୍ଗ ସୋସାଇଟି , ସ୍ମାଇଲି ସୋସାଇଟି , ମୁଁ ତୁମର ସାଥୀ ସଙ୍ଗଠନ , ସେବା ସଙ୍ଗଠନ ଓଡ଼ିଶା , ରୟାଲ କ୍ଳବ୍ , ୱାଓ କ୍ଳବ୍ ସମେତ ଶ୍ରୀ ମା ରେସିଡେଣ୍ଟାଲ ସ୍କୁଲ୍ ର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହାସହ ପରମିଟ ପଡିଆଠାରେ ଅତିଥି ମାନେ ଯୋଗ ଦେଇ ଗଣଦୌଡ ର ଉଦ୍ଦେଶ୍ୟ ଓ ଡ଼ଃ ସମନ୍ତଙ୍କର ମହତ୍ତ୍ଵ ଆକାଂକ୍ଷା ସମ୍ପର୍କରେ ସଭାରେ ନିଜର ବକ୍ତବ୍ୟ ରଖିଥିଲେ । ଅତିଥି ଭାବରେ ରାଜ୍ୟ ମହିଳା ବିଜେଡ଼ି କାର୍ଯ୍ୟକାରୀ ସଭାନେତ୍ରୀ ସୁବାସିନୀ ଜେନା ଙ୍କ ସମେତ ସଦର ବିଧାୟକ ସ୍ୱରୂପ କୁମାର ଦାସ , ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ପୁରସ୍କାର ବିତରଣ କରିବା ସହ କିଟ ଓ କିସ ର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରୟାସ କୁ ପ୍ରଶଂସା କରିଥିଲେ ।

ବରଗଡ: କିଟ ବିଶ୍ୱବିଦ୍ୟାଳୟର ୨୫ ବର୍ଷ ପୂର୍ତ୍ତି ଅବସରରେ ବରଗଡ ଠାରେ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ ଠାରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ଯ ସବୁଜ ପତାକା ଦେଖାଇ ମିନି ମାରାଥନ କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଷ୍ଟାଡିୟମ ଠାରେ ଆୟୋଜିତ ସଭା ରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ଯ , ବରଗଡ ବିଧାୟକ ଦେବେଶ ଆଚାର୍ଯ୍ଯ , ବରଗଡ ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ , କିଟ ର ପୁରାତନ ଛାତ୍ର ତଥା ବରଗଡ ଏସଡିପିଓ ଅମ୍ରିତ କୁମାର ପଣ୍ତା , ଜିଲ୍ଲା କ୍ରିଡା ସଂଘର ସଂପାଦକ କିଶୋର ମିଶ୍ର , ଜାବ ର ସଭାପତି ରବି ପଣ୍ତା ଉପସ୍ଥିତ ରହି କିଟ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଙ୍କ କାର୍ଯ୍ୟ ଧାରା କୁ ପ୍ରଶଂସା କରିଥିଲେ । କିଟ ବିଶ୍ୱବିଦ୍ୟାଳୟ ଓଡିଶା ରାଜ୍ଯ ର ପରିଚୟ ବୋଲି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ଯ କହିଥିଲେ ।

ବ୍ରହ୍ମପୁର: ବ୍ରହ୍ମପୁରଠାରେ କିସ ଓ କିଟ୍‌ ମିନି ମାରାଥନ -୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥିଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଓ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡକ୍ଚର ଶ୍ରର୍ବାଣା ବିବେକ୍‌ .ଏମ୍‌ ଯୋଗ ଦେଇ ମାରାଥନର ଶୁଭାରମ୍ଭ କରିଥିଲେ । କିଟ୍‌ ଓ କିସର ରୌପ୍ଯ ଜୟନ୍ତୀ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ ହେଉଥିବା ମିନି ମାରାଥନ ସ୍ଥାନୀୟ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ସମ୍ମୁଖରୁ ସରକାରୀ ଆଇଟିଆଇ ପର୍ଯ୍ଯନ୍ତ ଅନୁଷ୍ଠିତ ହୋଇଥିଲା । କିସ ଓ କିଟ୍‌ ପକ୍ଷରୁ ପ୍ରତିବର୍ଷ ଏଭଳି ମିନି ମାରାଥନ ଆୟୋଜିତ ହେଉଥିବା ବେଳେ ଜାନୁଆରୀ ମାସରେ ଶେଷ ରବିବାର ଦିନ ଏହା ଅନୁଷ୍ଠିତ ହୋଇଆସୁଛି।

ଭଦ୍ରକ : କିଟ ବିଶ୍ବବିଦ୍ୟାଳୟ ରୌପ୍ଯ ଜୟନ୍ତୀ ପାଳନ ଅବସରରେ କିସ ପକ୍ଷରୁ ଆୟୋଜିତ ମିନି ମାରାଥନ ଭଦ୍ରକ ଜିଲ୍ଲା ରେ ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି।ଏହି ମିନି ମାରାଥନ କୁ ଭଦ୍ରକ ଜିଲ୍ଲାପାଳ ଶୀଧେଶ୍‌ର ବଳିରାମ ବନ୍ଦୋର ଯୋଗ ଦେଈ ଉଦଘାଟନ କରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଗାନ୍ଧିପଡ଼ିଆ ଠାରେ ଉଦଯାପନୀ ସଭା ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଙ୍କ ସହିତ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ. ଭଦ୍ରକ ଏସପି ବରୁଣ ଗୁଣ୍ଟୁପାଲି, ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ. ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର. ପଣ୍ଡିତ ସଂଗ୍ରାମ ଆଚାର୍ଯ୍ଯ. ରୟାଲ ଗ୍ରୁପ ଅଧକ୍ଷ ପ୍ରଦୀପ ପଣ୍ଡା ପ୍ରମୁଖ ଯୋଗ ଦେଈ ଶିକ୍ଷାର ବିକାଶ ପାଇଁ ଡ଼ ଅଚ୍ଯୁତ ସାମନ୍ତ ଙ୍କ ନିରନ୍ତର ଉଦ୍ୟମ ଓ ତାଙ୍କ ତ୍ୟାଗ ପୁତ ସମାଜସେବା ଉପରେ ଆଲୋଚନା କରିଥିଲେ।

ବୌଦ୍ଧ: ବୌଦ୍ଧ ରେ କିଟ୍ ଓ କିସ୍ ପକ୍ଷରୁ ୨୫ତମ ରପ୍ୟଜୟନ୍ତି ଉପଲକ୍ଷେ ମିନୀ ମାରାଥନ ଆୟଜିତ ହୋଇଯାଇଛି। ବୌଦ୍ଧ ପଞ୍ଚାୟତ ମହା ବିଦ୍ୟାଳୟ ଠାରୁ ମାରାଥନ ଆରମ୍ଭ କରାଯାଇଥିଲା। ଏହି ମାରାଥନ କୁ ବୌଦ୍ଧ ଏନ୍ଏସି ଅଧ୍ୟାକ୍ଷ ମୃତୁଞ୍ଜୟ ମିଶ୍ର ଯୋଗ ଦେଇ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ମୀନି ମାରାଥରେ ୨୦୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗା ଦେଇ ସହର ପରିକ୍ରମା କରି ଷ୍ଟାଡିୟମ୍ ପହଞ୍ଚିଥିଲେ।ଷ୍ଟାଡିୟମ୍ ପରିସରେ ଆୟଜିତ ସଭାରେ ସାଂସଦଙ୍କ ପ୍ରତିନିଧି ତାରିଣୀ ମହାପାତ୍ର,ଏନ୍ଏସି ଅଧ୍ୟାକ୍ଷ ମୃତୁଞ୍ଜୟ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବି କୁମର ରାଉତ, ପ୍ରମୁଖ ଯୋଗ ଦେଇ କିଟ୍ ଓ କିସ୍ ର ୨୫ବର୍ଷ ପୂର୍ତ୍ତି ଅବସରରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଶିକ୍ଷା ର ବିକାଶ ପାଇଁ ଆନେକ କାର୍ଯ୍ୟ କରୁଥିବାରୁ ଉପସ୍ଥିତ ଅତିଥି ସାଂସଦ ପ୍ରଶଂସା କରିଥିଲେ।

ଦିଲ୍ଲୀ: କିସ୍ ଦିଲ୍ଲୀ ତରଫରୁ ମଧ୍ୟ ମାରାଥନ ଦୌଡ଼ ର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କିସ୍ ଦିଲ୍ଲୀ CEO କୁମକୁମ୍ ଶର୍ମା ଓ ୩୬୦ ଗାଁର ମୁଖିଆ ଚୌଧୁରୀ ସୁରିନ୍ଦର ସିଂ ଯୋଗ ଦେଇଥିଲେ।

ଦେବଗଡ: ଦେବଗଡ ଠାରେ ମଧ୍ଯ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି । ବହୁ ମାନ୍ଯଗନ୍ଯ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ମିନି ମାରାଥନର ଶୁଭାରମ୍ଭ କରିଥିଲେ । ମାରାଥନ ଟି ସ୍ଥାନିୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ରୁ ବାହାରି ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ସାଂସ୍କୃତିକ ମଣ୍ଡପରେ ଆୟୋଜିତ ସଭାରେ ଅତିଥି ମାନଙ୍କ ଗହଣରେ ଭାଗ ନେଇଥିବା ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ମାନପତ୍ର ସହ ପୁରଷ୍କାର ବିତରଣ କରାଯାଇଥିଲା ।

ଢେଙ୍କାନାଳ: ଢେଙ୍କାନାଳ, କିଟର ରୌପ୍ୟ ଜୟନ୍ତୀ ଅବସରରେ କିଟ କିସ ପକ୍ଷରୁ ଆୟୋଜିତ ମିନି ମାରାଥନ ବାଜିଚୌକ ଛକ ବାଜିରାଉତ ସହିଦ ମିନାର ଠାରୁ ବାହାରୀ ମିନିଷ୍ଟାଡିୟମ ପଡ଼ିଆ ପର୍ଯ୍ୟନ୍ତ ପହଞ୍ଚିଥିଲା । ମିନି ମାରାଥନକୁ ଲୋକସଦ୍ଭା ସାଂସଦ ମହେଶ ସାହୁ, ଜିଲ୍ଲାପରିଷଦ ଅଧକ୍ଷା ଅର୍ଚନା ପୁରାଣ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଉଦୟ ନାଥ ମହାପାତ୍ର, ଉପନଗର ପାଳ ପ୍ରକାଶ କୂଆଁର, ଜିଲ୍ଲା କ୍ରିଡା ଅଧିକାରୀ ପ୍ରଦିପ କୁମାର ମହାନ୍ତି,ଶିକ୍ଷାବିତ ଡ. ପୁଷ୍ପଲତା ରଥ, ଡ଼ ଦେବୀ ପ୍ରସାଦ ମିଶ୍ର, ଶିକ୍ଷାବିତ ପ୍ରତାପ ଚନ୍ଦ୍ର ପାଣି ଗ୍ରାହୀ, ପୂର୍ବତନ ମିଳିତ ପୂଜା କମିଟି ସଭାପତି ବିଶ୍ଵନାଥ ବେହେରା, କ୍ରିଡା ଘୋଷକ ଅମୀୟ କୁମାର ଚାନ୍ଦ, ସମାଜ ସେବା ଶେଷଦେବ ରାଉତ, ପ୍ରମୁଖ ଅନୁଷ୍ଠାନିକ ଭାବେ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ କିଟର ମାନସ ମିଶ୍ର ପ୍ରାରମ୍ଭିକ ସୂଚନ ପ୍ରଦାନ କରିଥିବା ବେଳ କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ଅଥୟ କୁମାର ସାହୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ଜଗତସିଂହପୁର: ଜଗତସିଂହପୁର ସଦର ମହକୁମା ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟ ପରିସରରୁ ଏହି ମିନି ମାରାଥନ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇଥିଲା । ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଏହି ମାରାଥନକୁ ପତାକା ହଲାଇ ଉଦଘାଟନ କରିଥିଲେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପଡିଆରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ୱବିଜୟିନୀ ପଟନାୟକ ,ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ,ଜିଲ୍ଲା ଆଥଲେଟିକ ଆସୋସିଏସନ ସମ୍ପାଦକ ଦୋଳଗୋବିନ୍ଦ ଦାସ ,ଜିଲ୍ଲା ଆଥଲେଟିକ ଆସୋସିଏସନ ଉପସଭାପତି ଶ୍ରୀକାନ୍ତ ଚୌଧୁରୀ , ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ ପ୍ରମୁଖ ଯୋଗଦେଇଥିଲେ । ଏହି ମାରାଥନରେ ତିନି ଶହରୁ ଅଧିକ ସଂଖ୍ୟରେ ପ୍ରତିଯୋଗୀ ଭାଗନେଇଥିଲେ । ଏହି କାର୍ଯ୍ୟକ୍ରମକୁ କିଟକିସର କର୍ମଚାରୀ ସଂଜୀବ ମହାନ୍ତି ,ଅଞ୍ଜନ ମିତ୍ର ପରିଚାଳନା କରିଥିଲେ ।

ଯାଜପୁର ଟାଉନ୍‌: କିଟ ଓ କିସ ପକ୍ଷରୁ ଯାଜପୁରରେ ଆୟୋଜିତ ହୋଇଯାଇଛି ମିନି ମାରାଥନ । ଉପଜିଲାପାଳ ଗୋପିନାଥ କୁଅଁର ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ । ଜିଲାର ବିଭିନ୍ନ କଲେଜରୁ ୨୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୋର୍ଡ ଅପଂ ରେଭିନ୍ୟୁର ଅତିରିକ୍ତ ଆୟୁକ୍ତ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ କିଟ ଓ କିସର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଙ୍କ ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ ।କଳିଙ୍ଗଟିଭି ପ୍ରତିନିଧି ଅବିନେଶ୍ୱର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅଶୋକ ଦାସ ପାଂଉଣ୍ଡେସନର ସଚିବ ଭବପ୍ରସାଦ ଦାସ,ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ,ଜିଲା କ୍ରିଡା ଅଧିକାରୀ ପଂକିର ମୋହନ ଟୁଡୁ,କିଟ ପକ୍ଷରୁ ସମାବେଶ ନାୟକ,ଡଃ ସନ୍ଦୀପ ପଣ୍ଡା,ବିଧୁଭୁଷଣ ଆଚାର୍ଯ୍ୟ ,ଏନସି କଲେଜର ଅଧ୍ୟକ୍ଷ ବି ସି ଦାସ,ବିଜୟ ମଲ୍ଳିକ ପ୍ରମୁଖ ଯୋଗ ଦେଇଥିଲେ।

ଜଳେଶ୍ବର : କିଟ୍ ର ୨୫ ବର୍ଷ ପୂର୍ତ୍ତି ଓ ରୌପ୍ଯ ଜୟନ୍ତୀ ପାଳନ ଅବସର ରେ କିଟ୍ ଓ କିସ୍ ପକ୍ଷରୁ ଜଳେଶ୍ବରରେ ମଧ୍ଯ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଏହି ମିନି ମାରାଥନ ରାଜଧାନୀ ଭୂବନେଶ୍ବର ସମେତ ଓଡିଶା ର ୩୦ଜିଲ୍ଲା ଓ ସଦର ମହକୁମାକୁ ମିଶାଇ ୩୫ ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବା ବେଳେ ଭାରତର ୨୫ ଟି ସହର ଓ ବିଶ୍ବର ୨୫ଟି ଦେଶରେ ଅନୁଷ୍ଠିତ ହୋଇଥିଲା। ଜଳେଶ୍ବର ଆର୍ଟ ଅଫ୍ ଗିଭିଂ ଶାଖା ପକ୍ଷରୁ ମଧ୍ଯ ମିନି ମାରାଥନ ଅନୁଷ୍ଠିତ ହୋଇଥିବା ବେଳେ ଜଳେଶ୍ବର ଏସ ଡି ପିଓ ଦିଲ୍ଲୀପ କୁମାର ସାହୁ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ମିନି ମାରାଥନ କୁ ଉଦଘାଟନ କରିଥିଲେ।।

ଝାରସୁଗୁଡା: ସେହିପରି ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ପୋୖର ପରିଷଦର ଅଟଳ ଛକ ଠାରୁ TRL ଷ୍ଟାଡିୟମ ପର୍ଯ୍ୟନ୍ତ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ TRL କ୍ରୋସାକି ବରିଷ୍ଠ ଅଧିକାରୀ ସନ୍ତୋଷ ମିଶ୍ର ଓ କିସର ଝାରସୁଗୁଡ଼ା କୋଡ଼ିନେଟର ରତ୍ନାକର ପ୍ରଧାନ ପତାକା ଦେଖାଇ ମାରାଥନକୁ ଉଦଘାଟନ କରିଥିଲେ। ସକାଳୁ ୬:୩୦ ମି: ରେ ଅଟଳ ଛକ ଠାରୁ ଆରମ୍ଭ ହୋଇଥିଲା।ଗୁମାଡେରା ମାର୍କେଟ ଦେଇ TRL ଷ୍ଟାଡିୟମକୁ ପହଞ୍ଚି ଥିଲା ମିନି ମାରାଥନ୍। ସେଠାରେ ପହଞ୍ଚିବା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାକୁ କଳିଙ୍ଗ ଟିଭି ଜିଲ୍ଲା ପ୍ରତିନିଧି ସନ୍ତୋଷ ସାହୁ ପରିଚାଳନା କରିଥିବା ବେଳେ ଅତିଥି ଭାବେ TRL ବରିଷ୍ଠ ଅଧିକାରୀ ଡ଼ା ସନ୍ତୋଷ ମିଶ୍ର, ସ୍ଥାନୀୟ କାଉନସିଲ କଂହେଇ ଚରଣ ସେଠ୍, ବିବେକା ନନ୍ଦ ଇଣ୍ଟରନେସନାଲ ସ୍କୁଲ ର ପ୍ରିନ୍ସିପାଲ ଅମିର କୁମାର ସାହୁ ଓ କିସ୍ ର ଝାରସୁଗୁଡା ଜିଲ୍ଲା ସଂଯୋଜକ ରତ୍ନାକର ପ୍ରଧାନ ଯୋଗ ଦେଇ ୨୫ ବର୍ଷ ଧରି ଡ଼ା ଅଚ୍ୟୁତ ସାମନ୍ତ ଯେଉଁ ଭଳି ଭାବେ ଆଦିବାସୀ ଛୁଆ ମାନଙ୍କ ପାଠ ପଢା ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଅତିଥି ମାନେ କହିଥିଲେ। ଶେଷରେ ଡ଼ା ଦିଲୀପ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ କିଟ ଓ କିସ ପକ୍ଷରୁ ମିନି ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭବାନୀପାଟଣା , କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ନିକଟ ରୁ ଏହି ମିନି ମାରାଥନ ସକାଳ ୬.୩୦ ରୁ ଆରମ୍ଭ ହୋଇ ସକାଳ ୮ ଘଣ୍ଟା ସମୟ ରେ ଭବାନୀପାଟଣା ଅମଲା ଭବନ ନିକଟ ରେ ଶେଷ ହୋଇଥିଲା । ଏଥିରେ କିଟ ଓ କିସ ର କର୍ମଚାରୀ , ବିଭିନ୍ନ ସ୍କୁଲ , କଲେଜ ର ଛ।ତ୍ର ଛାତ୍ରୀ , ଙ୍କ ସମେତ ସମାଜ ର ବିଭିନ୍ନ ବର୍ଗ ର ବ୍ୟକ୍ତି ବିଶେଷ ଏ ଭଳି ପ୍ରାୟ ୨୦୦ ରୁ ଊର୍ଦ୍ଧ୍ବ ଏହି ମିନି ମାରାଥନ ରେ ଅଂଶ ଗ୍ରହଣ କରିଥିଲେ ।

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ମଧ୍ୟ ମିନି ମାରାଥନ୍‌ ପାଳିତ ହୋଇଯାଇଛି। କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଓ ପିଡିଡିଆର୍‌ଡିଏ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ମିନି ମାରଥନର ଶୁଭାରମ୍ଭ କରିଥିଲେ। ଏହାକୁ ସୁନ୍ଦର ଭାବେ ଆୟୋଜନ କରିଥିଲେ କନ୍ଧମାଳ କିସ ଶାଖାର ସିଇଓ ଭାଗିରଥି ସେଠୀ,କିସ୍‌ କର୍ମଚାରୀ ଓ କଳିଙ୍ଗ ଟିଭିର ପ୍ରତିନିଧି ମାନେ ।

କେନ୍ଦ୍ରାପଡ଼ା : କିଟ୍ କିସ୍ ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲାରେ ବି ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ାର ଏହି ମିନି ମାରାଥନକୁ ଏସପି ମଦକର୍ ସମ୍ବିତ ସଂପଦ ଓ ଏଡିମ ପିତାମ୍ବର ସାମଲ ଉଦ୍ଘାଟନ କରିଥିଲେ। କେନ୍ଦ୍ରାପଡ଼ା ଟାଉନ ହାଇସ୍କୁଲ ପଡିଆ ରୁ ମାରାଥନ ବାହାରି ସହର ଦେଇ ତିନିମୁହାଣି ରାମ୍ ମନ୍ଦିର ରେ ପହଞ୍ଚି ଥିଲା।ଶେଷରେ ଉପ ଜିଲାପାଳ ନିରଜନ ବେହେରା ଓ ଆଡଦ୍ଭୋକେଟ ଭୀମସେନ ଭୂଇଆ, ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଓ ପ୍ରାଇଜ୍ ପ୍ରଦାନ କରାଯାଇଥିଲା।

କେନ୍ଦୁଝର: କିଟ ଓ କିସ ପକ୍ଷରୁ ରୌପ୍ଯ ଜୟନ୍ତୀ ପାଳନ ଅବସରରେ କେନ୍ଦୁଝରରେ ଗଣଦୌଡ । ଏହି କାର୍ଯ୍ଯକ୍ରମ ରେ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠି ଓ ଜିଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର ମହାକୁଡ଼ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ କାର୍ଯ୍ଯକ୍ରମ କୁ ଶୁଭାରମ୍ଭ କରିଥିଲେ । ପ୍ରଥମେ ଜିଲ୍ଲାପାଳ ଙ୍କ ଅଫିସ ପରିସରରୁ ଆରମ୍ଭ ହୋଇ ସିରାଜୁଦିନ ଛକ, ଗାନ୍ଧୀ ଛକ, ମେଡିକାଲ ରୋଡ଼ ଦେଇ କାଳିପଡ଼ିଆ ନିକଟରେ ପହଞ୍ଚିଥିଲା, ଏହି ଗଣ ଦୌଡ ରେ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ସହ କିଟର ପୂର୍ବତନ ଛାତ୍ର ଛାତ୍ରୀ, ବହୁ ଶୁଭେଚ୍ଛୁ ଯୋଗ ଦେଇଥିଲେ । କାର୍ଯ୍ଯକ୍ରମ ଶେଷରେ କାଳିପଡ଼ିଆରେ ଅନୁଷ୍ଠିତ ସଭାରେ ପୂର୍ବତନ କିସ ର ଛାତ୍ର ତଥା ବାଂଶପାଳ ବ୍ଲକ ର ଅଧ୍ୟକ୍ଷ ମାନସ ଦେହୁରୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଡ଼ ଅଚ୍ଯୁତ ସମାନ୍ତ ଙ୍କ ଅବଦାନ ନେଇ ଆଲୋକପାତ କରିଥିଲେ । ଅନ୍ଯ ମାନଙ୍କ ମଧ୍ୟରେ ପ୍ରଗତିଶୀଳ ନାଗରିକ ମଞ୍ଚ ର ଉପ ସଭାପତି ଭରତ ପତ୍ର, କେନ୍ଦୁଝର ଜିଲା ପ୍ରେସ କ୍ଳବ ର ସଭାପତି ନିରଞ୍ଜନ ନାୟକ, ବିଦ୍ୟାଭବନ ପ୍ରତିଷ୍ଠାତା ତଥା ସମାଜ ସେବୀ ମଳୟ ମହାପାତ୍ର ସେ୍‌ୱଚ୍ଛାସେବୀ ସେବତୀ ସିଂ, ଧରିତ୍ରୀ ରାଉତ, କିସ ଅଭିଭାବକ ସଂଘର ସଭାପତି ମକରଧୂଜ ନାଏକ, କିସ ଜିଲା ସଂଯୋଜକ ଜଗବନ୍ଧୁ ଦାସ, ମଞ୍ଚ ପରିଚାଳନା କରୁଥିବା ତଥା କିସ ଅଭିଭାବକ ସଂଘର ସଦସ୍ଯ ଶିବ ମାରାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଛାତ୍ର ମାନଙ୍କୁ ସାର୍ଟିଫିକେଟ ସହ କପ ପ୍ରଦାନ କରାଯାଇଥିଲା ।

ଖୋର୍ଦ୍ଧା: କିସ ଓ କିଟ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ଖୋର୍ଦ୍ଧାରେ ମଧ୍ଯ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଷ୍ଟାଡିୟମ ପରିସରରେ ଅତିଥିମାନେ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଷ୍ଟାଡିୟମରୁ ୨୦୦ରୁ ଉର୍ଦ୍ଧ୍ବ ଯୁବକ, ଯୁବତୀ, ଛାତ୍ର ଛାତ୍ରୀ, ବୟସ୍କ ଓ କ୍ରୀଡାବିତ ବାହାରି ଜିଲ୍ଲା ଭବନ ନିକଟରେ ପହଁଚିଥିଲେ । ଏହା ପରେ ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଯତୀନ୍ଦ୍ର ନାଥ ମିତ୍ର, ସଂମାନିତ ଅତିଥି ରୂପେ ପ୍ରାଣନାଥ ମହାବିଦ୍ୟାଳୟ ର ଓଡ଼ିଆ ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ, ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ। ସୌର୍ଯ୍ୟ ରଂଜନ ମହାନ୍ତି ଓ ଅନ୍ୟ ଅତିଥି ଉପସ୍ଥିତ ଥିଲେ ।

କୋରାପୁଟ: କୋରାପୁଟରେ କିସ ପକ୍ଷରୁ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ପୋଲିସ ପ୍ୟାରେଡ ପଡିଆରୁ ମିନି ମାରାଥନ ଶୁଭାରମ୍ଭ ହୋଇ ମହିଳା ମହାବିଦ୍ୟାଳୟ ରେ ସମାପନ ହୋଇଥିଲା । କୋରାପୁଟ ବିଧାୟକ ଓ ପୌରାଧ୍ୟକ୍ଷ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ। ମହାବିଦ୍ୟାଳୟଠାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ ,ସମ୍ମାନୀତ ଅତିଥିଭାବେ କୋରାପୁଟ ପୋିରାଧ୍ୟକ୍ଷ ଲ ଲାଟ ରଂଜନ ସେଠୀ, ପ୍ରମୁଖ ଯୋଗଦେଇଥିଲେ। ଏହାସହ ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ କମୁଳୁ ଜାନି ପ୍ରମୁଖଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ସମାଜ ବ୍ୟୁରୋ ଜିତେନ୍ଦ୍ର ମହାପାତ୍ର ,ବିଶିଷ୍ଟ ଭାର ଉତୋଳନକାରୀ ଭବାନୀ ମିଶ୍ର, ବରିଷ୍ଠ ସାମ୍ବାଦିକ ସିଏଚ ସାନ୍ତାକାର, ଉପସ୍ଥିତ ରହି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଜୀବନ ବ୍ୟାପି ଉତ୍ସର୍ଗ କୃତ ସେବାପାଇଁ ଭୁୟସୀ ପ୍ରଶଂସା କରିଥିଲେ ।

ମାଲକାନଗିରି: କିଟ୍ ଓ କିସ୍ ପକ୍ଷରୁ ଆଜି ମିନି ମାରାଥନ୍ ଆୟୋଜିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ସଦରମହକୁମା ର ଷ୍ଟାଡିୟମ୍ ରୁ DNK ଖେଳ ପଡିଆ ପର୍ଯ୍ୟନ୍ତ ମାରାଥନ୍ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହଇଜାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ SP ନୀତେଶ ୱାଦଦ୍ୱାନି,DFO ପ୍ରତାପ କତାପାଲି, ଇନ୍ସପେକ୍ଟର ରାମ ପ୍ରସାଦ ନାଗ, ଇନ୍ସପେକ୍ଟର ଲକ୍ଷ୍ମୀ ନାରାୟଣ ମୁଦୁଲି , ରେଞ୍ଜର ଜଗନ୍ନାଥ ବିଷୋୟୀ ଉପସ୍ଥିତ ରହି ପତାକା ଦେଖାଇ ମାରାଥନ୍ ଶୁଭାରମ୍ଭ କରିଥଲେ। ଆଜିର ଏହି ମିନି ମାରାଥନ ରେ JNB ବିଦ୍ୟାଳୟ, ମହିଳା ମହବିଦ୍ୟାଳୟ, ଆଓମା ଗୁରୁକୂଳ , ମୋଡେନ୍ ଇଂଲିଶ ସ୍କୁଲ, ସ୍ପୋଟର୍ସ ହଷ୍ଟେଲ ରୁ ପାଞ୍ଚ ଶହ ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ତା ସହ ସହରର ଅନେକ ମହିଳା ପୁରୁଷ ମଧ୍ୟ ଏଥିରେ ସାମିଲ ହୋଇଥିଲେ। DNK ଖେଳ ପଡିଆ ରେ ମାରଥନ ଶେଷ କରିବା ପରେ ମାରାଥନ୍ ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ସାର୍ଟିଫିକେଟ ଏବଂ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ବରିଷ୍ଟ ଜିଲ୍ଲା ସଂଯୋଜକ ରମ୍ୟ ରଞ୍ଜନ ପରିଡ଼ା, ଉପ ଜିଲ୍ଲା ସଂଯୋଜକ ଉତ୍ତମ ସହା, କଳିଙ୍ଗ ଟିଭି ଜିଲ୍ଲା ପ୍ରତିନିଧି ପ୍ରସାଦ ନାୟକ, ବିନାଶ ମିଶ୍ର, ଶ୍ୟାମ ସୁନ୍ଦର ନାୟକ, ସୁଶାନ୍ତ ସାମଲ ଏବଂ କିସ୍ ଜିଲ୍ଲା ଅଭିଭାବକ ସଂଘ୍ ର ସଦସ୍ୟ ସଦସ୍ୟା ମାନେ ସହିଯୋଗ କରୁଥିଲେ।

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ମଧ୍ୟ ମିନି ମାରାଥନ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ବାରିପଦା ମଧୁବନ ପଡିଆ ଠାରେ ଏହି ଗଣଦୌଡକୁ ପତକା ଦେଖାଇ ଉଦ୍‌ଘାଟନ କରିଛନ୍ତି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ା ଦେବାଶିଷ ମାର୍ଣ୍ଡୀ, ଉଦ୍‌ଘାଟନ ପରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷାର ବାର୍ତ୍ତା ନେଇ ଦୌଡରେ ସାମିଲ ହୋଇଥିଲେ । ମଧୁବନ ପଡିଆରୁ ବାହାରି ଗଣଦୌଡ କଲେଜ୍ ଛକ ହୋଇ ବାରିପଦା ପୌରପରିଷଦ କାର୍ଯ୍ୟାଳୟରେ ଶେଷ ହୋଇଥିଲା । ପୌର କାର୍ଯ୍ୟାଳୟରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ା ଦେବାଶିଷ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଅତିରିକ୍ତ ଏସ୍‌ପି ସୁରେଶ ଚନ୍ଦ୍ର ପାତ୍ର, ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ପୌର ଉପାଧ୍ୟକ୍ଷା ସୀମା ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ମୋହନା: କିସ୍‌ ଓ କିଟ୍‌ ର ରୋପ୍ଯ ଜୟନ୍ତୀ ପାଳନ ଅବସରରେ ଗଜପତି ଜ଼ିଲ୍ଲା ମୋହନା ଠାରେ ଜ଼ିଲ୍ଲା ସ୍ତରୀୟ ମିନି ମାରାଥନ୍‌ ଅନୁଷ୍ଠିତ ହୋଇଯାଇଛି। କିସ୍‌ ର ଗଜପତି ଜ଼ିଲ୍ଲା ସଂଯୋଜକ ରାଜୀବ ମଳିକ ଙ୍କ ସଂଯୋଜନା ରେ ଆୟୋଜିତ ଏହି ମାରାଥନ୍‌ କାର୍ଯ୍ଯକ୍ରମ ରେ ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ, ଜନପ୍ରତିନିଧି ଯୋଗ ଦେଇଥିଲେ। ସ୍ଥାନୀୟ ହିଲ୍‌ ଟପ୍‌ କଲେଜ ଛକ ରେ ଏକତ୍ରିତ ହେବାପରେ ମୋହନା ସମିତି ସଭ୍ଯ ବାଳକୃଷ୍ଣ ମଳିକ ମାରାଥନ୍‌ ର ଉଦଘାଟନ କରିଥିଲେ ।

ନୟାଗଡ଼: କିସ୍‌ ଓ କିଟ୍‌ ତରଫରୁ ନୟାଗଡ଼ ସହରରେ ବି ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ନୟାଗଡ଼ କଲେଜ୍ ଖେଳ ପଡିଆ ରୁ ମିନି ମାରାଥନ ବାହାରି ତ୍ରିନାଥ ଛକ, ଓଡ଼ଗାଁ ଛକ, ପୁରୁଣା ବସ୍ ଷ୍ଟାଣ୍ଡ, ହୋଇ ନୟାଗଡ଼ ଖେଳ ପଡିଆ ରେ ପହଞ୍ଚିଥିଲା । ଦୁଇଶହ ରୁ ଅଧିକ ଛାତ୍ର ଛାତ୍ରୀ, ଅଧ୍ୟାପକ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ମାରାଥନ ରେ ସାମିଲ ହୋଇଥିଲେ ।

ନୂଆପଡା: ନୂଆପଡା ମିନିଷ୍ଟାଡ଼ିଅମଠାରେ ମଧ୍ଯ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ନୂଆପଡା ସର୍କିଟ ହାଉସଠାରୁ ମିନିଷ୍ଠାଡିଅମ ପର୍ଯ୍ୟନ୍ତ ୩କିମି ଧରି ମାରାଥନ ଦୌଡ ହୋଇଥିଲା। ଏଥିରେ ନୂଆପଡା ଏସପି ଆର. ଗୁଣ୍ଡାଳା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଦେଖାଇ ମିନି ମାରାଥନର ଶୁଭଆରମ୍ଭ କରିଥିଲେ। ପରେ ମିନିଷ୍ଟାଡ଼ିଅମଠାରେ ଆୟୋଜିତ ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି କୁମାର ପ୍ରଧାନ, ନୂଆପଡା ଜିଲ୍ଲା କ୍ରିକେଟ ଏସୋସିଏସନର ସଭାପତି ସରୋଜ କୁମାର ସାହୁ, ଜର୍ଣ୍ଣାଲିଷ୍ଟ ଏସୋସିଏସନର ସଭାପତି ଘନଶ୍ୟାମ ଭୋଇ, ଜିଲ୍ଲାପରିଷଦ ସଦସ୍ୟ ଭାନୁପ୍ରତାପସିଂ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କିଟ ଓ଼ କିସ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଭୁୟସୀ ପ୍ରଶଂସା କରିଥିଲେ।

ପାରାଦୀପ: ରୌପ୍ୟ ଜୟନ୍ତୀ ଅବସରରେ କିଟ୍,କିସ୍ (KIIT,KISS) ପକ୍ଷରୁ ପାରାଦୀପରେ ଆୟୋଜିତ ହୋଇଯାଇଛି ମିନି ମାରାଥନା । ଏହା ମଧୁବନ ସ୍ଥିତ ମାଉସି ମା ଛକ ପାଖରୁ ବାହାରି ଗୋପବନ୍ଧୁ ଷ୍ଟାଡିୟମରେ ଶେଷ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ପାରାଦୀପ ପୌରପରିଷଦର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ । ପ୍ରତିଯୋଗୀ ମାନେ ଗୋପବନ୍ଧୁ ଷ୍ଟାଡିୟମ ଠାରେ ପହଞ୍ଚିବା ପରେ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

ରାୟଗଡା: କିଟ୍‌ ଓ କିସ ର ୨୫ ବର୍ଷ ପୂର୍ତୀ ଅବସରରେ ରାୟଗଡା ଜିଲ୍ଲାରେ ମଧ୍ଯ ଏକ ମାରାଥନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।ରାୟଗଡା ବିଧାୟକ ମକରନ୍ଦମୁଦୁଲି ,ରାୟଗଡା ଜିଲ୍ଲାପରିଷଦ ଅଧ୍ୟକ୍ଷ ସରସ୍ୱତୀ ମାଝି ଓ ରାୟଗଡା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଅତିଥିଭାବେ ଯୋଗଦେଇ ମାରାଥନ ରେଶର ଶୁଭାରମ୍ଭ କରିଥିଲେ। ରାୟଗଡା ସହରର ଶିରିଗୁଡା ଠାରୁ ଏହି ମାରାଥନ ରେସ ଆରମ୍ଭ ହୋଇ ଜିଆଇଏ ସି.ଆର୍‌ କଲେଜ ନିକଟରେ ଶେଷ ହୋଇଥିଲା ।

ରାଉରକେଲା: କିଟ୍ ର ରୋପ୍ୟଜୟନ୍ତୀ ଅବସରରେ ଆନ୍ତର୍ଜାତିକ ସ୍ତରରେ ମାରାଥନ୍ ର ଆୟୋଜନ। ସମସ୍ତଙ୍କ ପାଇଁ ଶିକ୍ଷା ର ବାର୍ତ୍ତା ନେଇ ରାଉରକେଲା ର ବିଶ୍ରା ଛକ ଠାରୁ ସେକ୍ଟର ଦୁଇ ପଡ଼ିଆ ପର୍ଯ୍ୟନ୍ତ ଦୈଡିଥିଲେ ସହରର ଛାତ୍ର ଛାତ୍ରୀ ଓ ଯୁବକମାନେ। ଏହି ମାରାଥନ ଦୌଡ଼ ପରେ ସେକ୍ଟର -୨ ପୂଜା ପଡ଼ିଆରେ ଏହି ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। କଳିଙ୍ଗ ଟିଭି ପ୍ରତିନିଧି ଅନୀଲ ମହାନ୍ତି , କିଟ୍ ର ନିର୍ଦେଶକ ସନ୍ତୋଷ ନାୟକ ଓ କିସ୍ ର ସୁନ୍ଦରଗଡ଼ ଜିଲ୍ଲା ସଂଯୋଜକ ସୁବ୍ରତ ମହାପାତ୍ର ଉପସ୍ଥିତି ରେ ମିନି ମାରାଥନ ଦୌଡ଼ ପରେ ଏକ ସଭା ର ଆୟୋଜିତ ହୋଇଥିଲା।

ସୋନପୁର: କିଟ୍ କିସ୍‌ର ୨୫ ବର୍ଷ ପୁର୍ତି ଅବସରରେ ଏକ ମିନି ମାରାଥନ ସମଗ୍ର ଓଡିଶାରେ ପାଳନ କରାଯାଉଥିବା ବେଳେ ସୋନପୁର ଠାରେ ମଧ୍ୟ ପାଳନ କରାଯାଇଛି । ବିଭିନ୍ନ ଅନୁଷ୍ଠାନର କର୍ମକର୍ତା,ସ୍କୁଲର ଛାତ୍ର/ଛାତ୍ରୀ ମାନେ ପୁରୁଣା ଟାଉନ ହଲରୁ ବାହାରି ନଳନୀ ଛକ,ଅମ୍ବେଦକର ଛକ,ବ୍ଲକ ଛକ ଦେଇ ରୋୟାଲ ପଡିଆରେ ପହଂଚିଥିଲେ । ସ୍ଥାନୀୟ ଆରକ୍ଷୀ ଅଧିକ୍ଷକ ଅମରେସ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଏକସନଏଡର ମୁଖ୍ୟ ଘାସିରାମ ପଣ୍ଡା ,ସାହାର ସ୍କୁର ସଂମ୍ପାଦକ ଗତିକୃଷ୍ଣ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମାରାଥନରେ ଭାଗ ନେଇଥିବା ପ୍ରତିଯୋଗିଙ୍କୁ ଉତ୍ସାହିତ କରିଥିଲେ ।

 

 

 

 

 

 

 

 

 

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.