କିଟ ଓ କିସରେ ବଡ ଧୂମଧାମର ସହ ପାଳିତ ହେଇଯାଇଛି ଗଜାନନଙ୍କ ପୂଜା

ଗଣେଶ ପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର । ଚାରିଆଡ଼େ ଆଧ୍ୟାତ୍ମିକତାର ବାତାବରଣ । କିଟ ଓ କିସରେ ବଡ ଧୂମଧାମର ସହ ପାଳିତ ହେଇଯାଇଛି ଅଗ୍ରପୁଜ୍ୟ ଗଜାନନଙ୍କଙ୍କ ପୂଜା । ଛାତ୍ରଛାତ୍ରୀମାନେ ବେଶ ଉତ୍ସାହର ସହ ଆଜିର ଦିନଟିକୁ ପାଳନ କରିଛନ୍ତି । ହୋମ ଯଜ୍ଞ ପରେ ପୁଷ୍ପାଞ୍ଜଳି ଦେଇଥିଲେ ଛାତ୍ରଛାତ୍ରୀ । ସେପଟେ ଉଜ୍ବଳ ଭବିଷ୍ୟତ ପାଇଁ ଗଣେଶଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଛାତ୍ରଛାତ୍ରୀ ।