ସିନିଅର ଆଥଲେଟିକ୍ ମିଟରେ ସଫଳତା ପାଇଁ ଧାବିକା ଦୂତୀ ଚାନ୍ଦଙ୍କୁ କିଟ୍ ଓ କିସ୍ ପକ୍ଷରୁ ସମ୍ବର୍ଦ୍ଧନା

duttiiଭୁବନେଶ୍ବର: ଧାବିକା ଦୂତୀ ଚାନ୍ଦଙ୍କୁ କିଟ୍ ଓ କିସ୍ ପକ୍ଷରୁ ସମ୍ବର୍ଦ୍ଧନା। ଗୌହାଟିରେ ଅନୁଷ୍ଠିତ ସିନିଅର ଆଥଲେଟିକ୍ ମିଟରେ ସଫଳତା ପାଇଁ ସମ୍ବର୍ଦ୍ଧିତ କରିଛନ୍ତି କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ଭୁବନେଶ୍ୱର ସ୍ୟାଣ୍ଡି ଟାଓ୍ଵାରରେ ଦୂତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସମ୍ବର୍ଦ୍ଧନା ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଆଥଲେଟ୍ ଅନୁରାଧା ବିଶ୍ୱାଳ, କିଟର କ୍ରୀଡା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଦୂତୀଙ୍କ ଏହି ସଫଳତା ପାଇଁ ତାଙ୍କ ବାପା ମା’ଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ୨୦୦ ମିଟର ଏବଂ ୧୦୦ ମିଟର ପ୍ରତିଯୋଗିତାରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ କିଟ୍ ଛାତ୍ରୀ ଦୂତୀ ଚାନ୍ଦ। ଏହି ସମ୍ବର୍ଦ୍ଧନା ଆଗକୁ ଯିବାକୁ ପ୍ରେରଣା ଯୋଗାଇବ ବୋଲି ଦୂତୀ କହିଛନ୍ତି।

You might also like