ଆଜିଠୁ କିଟ୍ ପ୍ରବେଶିକା ପରୀକ୍ଷା କିଟି ଆରମ୍ଭ, ଭାରତର ୭୧ଟି ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଆୟୋଜିତ

ଭୁବନେଶ୍ବର : କିଟ୍ର ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆୟୋଜିତ କିଟ୍ ପ୍ରବେଶିକା ପରୀକ୍ଷା କିଟି ଆଜିଠାରୁ ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ କଂପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ଆଧାରରେ ଏହି ପରୀକ୍ଷା ଆୟୋଜିତ ହେଉଛି । ତିନୋଟି ପର୍ଯ୍ୟାୟରେ ଏହି ପରୀକ୍ଷା ଆୟୋଜନ କରାଯିବ। ଭୁବନେଶ୍ବର ସମେତ ଭାରତର ୭୧ଟି ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜିତ ହେଉଛି।
କିଟି ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ପଞ୍ଜୀକରଣ ଯଥାକ୍ରମେ ଜୁନ୍ ୮ ଓ ଜୁନ୍ ୩୦ ତାରିଖରେ ଶେଷ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ପରୀକ୍ଷା ଅପ୍ରେଲ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଜୁନ୍ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହପରି ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୬ରୁ ୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
Also read: ଶିକ୍ଷାଗତ ଏବଂ ଗବେଷଣା ସହଯୋଗକୁ ସୁଦୃଢ଼ କରିବା ପାଇଁ କିଟ୍ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ଓ ସିଲନ ମଧ୍ୟରେ MOU