ବୈଷୟିକ ସାଂସ୍କୃତିକ ମହାକୁମ୍ଭ କିଟ୍ ଫେଷ୍ଟ ଉଦଘାଟିତ : ପ୍ରଥମ ସଂଧ୍ୟାରେ ମନମୋହିଲା ସାଂସ୍କୃତିକ କାଯ୍ୟର୍କ୍ରମ , ଆଜି ଷ୍ଟାର ନାଇଟ୍

ଭୁବନେଶ୍ବର(କେନ୍ୟୁଜ୍) : କିଟ୍ ବିଶ୍ୱ ବିଦ୍ୟାଳୟର ସର୍ବ ବୃହତ ବୈଷୟିକ ସାଂସ୍କୃତିକ ମହାକୁମ୍ଭ କିଟ୍ ଫେଷ୍ଟର ପଞ୍ଚମ ସଂସ୍କରଣ ଶୁକ୍ରବାର କିଟ୍ ପରିସରରେ ଉଦଘାଟିତ ହୋଇଯାଇଛି। ତିନି ଦିନିଆ ଏହି ଫେଷ୍ଟରେ ଆଜିର ମୁଖ୍ୟ ଆକର୍ଷଣ ରହିବେ ଅରମାନ ମଲିକ। ତେବେ ଉଦଘାଟନୀ ଉତ୍ସବରେ ଇଣ୍ଡିଆନ୍ ହାବିଟାଟ୍ ସେଣ୍ଟରର ନିର୍ଦ୍ଦେଶକ ସୁନୀତ ଟଣ୍ଡନ, ଏରିକସନର ରିସର୍ଚ୍ଚ ମ୍ୟାନେଜମେଣ୍ଟ ମୁଖ୍ୟ ଅନୁପ କୁମାର ଦାସ, କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ କିଟ୍ ଫେଷ୍ଟ ମୋବାଇଲ ଆପ୍କୁ ଅତିଥିମାନେ ଉଦଘାଟନ କରିଥିଲେ। ଏହାସହ କିଟ୍ ଫେଷ୍ଟର ମୁଖପତ୍ର ‘କ୍ରିତିକା’, ସିଭିଲ ଇଂଜିନିୟରିଂ ବିଭାଗର ସ୍ମରଣିକା ‘ନିର୍ମିନାଇଟ୍’, କମ୍ପ୍ୟୁଟର ସାଇନସ ବିଭାଗର ସ୍ମରଣିକା ‘କିବିବାଇଟ୍’, ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗର ସ୍ମରଣିକା ‘କ୍ୟୁରୋସିଟି’, ମେକାନିକାଲ ଇଞ୍ଚିନିୟରିଂ ବିଭାଗର ସ୍ମରଣିକା ‘ଯନ୍ତ୍ର ଏନ୍ଏକ୍ସଟି’ ଉନ୍ମୋଚିତ ହୋଇଥିଲା।
ପ୍ରଥମ ସଂଧ୍ୟାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାଯ୍ୟର୍କ୍ରମ ପରିବେଷଣ କରିଥିଲେ। ଫ୍ୟାଶନ ସୋ ମଧ୍ୟ ପ୍ରଦର୍ଶନ କରିଥିଲେ କିଟ୍ ଛାତ୍ର ଛାତ୍ରୀମାନେ। ଝୁମିଥିଲେ ଦର୍ଶକ। ଆଜି ଅନୁଷ୍ଠିତ ହେବ ଷ୍ଟାର ନାଇଟ୍ କାଯ୍ୟର୍କ୍ରମ। ମୁଖ୍ୟ ଆକର୍ଷଣ ରହିବେ ବଲିଉଡ କଣ୍ଠଶିଳ୍ପୀ ଅରମାନ ମଲିକ। ଏହି ଫେଷ୍ଟରେ ଭାରତର ବିଭିନ୍ନ ଖ୍ୟାତି ସଂପନ୍ନ ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟରୁ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି।
୩ ଦିନ ଧରି ଚାଲିବାକୁ ଥିବା ଏହି କାଯ୍ୟର୍କ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ବୈଷୟିକ, କଳା, ସଂସ୍କୃତି ଓ ସୃଜନାତ୍ମକ ପ୍ରତିଯୋଗିତାରେ ଭାଗ ନେବେ। ନିଜର ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ କରିବା ଲାଗି ସେମାନଙ୍କ ପାଇଁ ଏହା ଏକ ବଡ ପ୍ଲାଟଫର୍ମ। ଏଥିପାଇଁ କିଟ୍ର ବିଭିନ୍ନ କ୍ୟାମ୍ପସ ଉତ୍ସବ ମୁଖର ହୋଇଉଠିଥିବା ବେଳେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି।
ବିଭିନ୍ନ କ୍ୟାମ୍ପସରେ ଭିନ୍ନ ଭିନ୍ନ କାଯ୍ୟର୍କ୍ରମ ଓ ପ୍ରତିଯୋଗିତା ଜାରି ରହିଛି। ଏଥିରେ ଛାତ୍ରଛାତ୍ରୀଙ୍କ ପାଇଁ କର୍ମଶାଳା, ଦକ୍ଷତା ପ୍ରତିପାଦନ ପାଇଁ ବୈଷୟିକ କାଯ୍ୟର୍କ୍ରମ ତର୍କ ,ନୃତ୍ୟ ,ଡ୍ରାମା ଏବଂ କୁଇଜ୍ ଆଦି ୧୦୦ରୁ ଅଧିକ ବିଭିନ୍ନ ପ୍ରକାର ପ୍ରତିଯୋଗିତା ରହିଛି । ଫେଷ୍ଟରେ ୧୭ ତାରିଖ ଦିନ ବିଶିଷ୍ଟ ମୋଟିଭେସନାଲ୍ ସ୍ପିକର ପ୍ରକାର ଆୟାର ଓ ଡିଜେ ନାଇଟ୍ କାଯ୍ୟର୍କ୍ରମ ରହିଛି।
ଏହି ଅବସରରେ ମେକାନିକାଲ ଇଞ୍ଜିନିୟରିଂ ପକ୍ଷରୁ ଯାନ୍ତ୍ରିକୀରେ ବିଭିନ୍ନ ବୈଷୟିକ ପ୍ରତିଯୋଗିତା ରହିଥିବା ବେଳେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପକ୍ଷରୁ ଇଲେକ୍ଟ୍ରିଫାଇନ୍, କମ୍ପ୍ୟୁଟର ସାଇନ୍ସ ପକ୍ଷରୁ ଲୁମିନାଏର , ବାୟାଟେକ୍ନୋଲୋଜି ସ୍କୁଲ ପକ୍ଷରୁ କେନେସିସ୍ , ସିଭିଲ ଇଞ୍ଜିନିୟରିଂ ପକ୍ଷରୁ ନିର୍ମିନାଇଟ୍ କାଯ୍ୟର୍କ୍ରମରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କ ପାଇଁ ୫୦ ଲକ୍ଷ ଟଙ୍କା ରଖାଯାଇଛି। ଏହା କୌଣସି ବିଶ୍ୱବିଦ୍ୟାଳୟ ସ୍ତରରେ ଆୟୋଜିତ ଟେକ୍ନୋଫେଷ୍ଟର ସର୍ବାଧିକ ପୁରସ୍କାର ରାଶି ବୋଲି କୁହାଯାଉଛି।