କିଟ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ପକ୍ଷରୁ ୧ ଲକ୍ଷ ବିସ୍କୁଟ ପ୍ୟାକେଟ ଓ ୧ ଲକ୍ଷ ପାଣି ବୋତଲ ବଣ୍ଟନ

ଫନି ମହାବାତ୍ୟା ପାଇଁ କିଟ୍ ପକ୍ଷରୁ ରିଲିଫ ସାମଗ୍ରୀ ବଣ୍ଟନ କାରାଯାଇଛି । କିଟ୍ ପକ୍ଷରୁ ୧ ଲକ୍ଷ ବିସ୍କୁଟ ପ୍ୟାକେଟ ଓ ୧ ଲକ୍ଷ ପାଣି ବୋତଲ ବାତ୍ୟା ବିପନ୍ନଙ୍କ ଉଦ୍ଦେଶ୍ୟରେ ୧୧ଟି ଟ୍ରକରେ ଲଦାଯାଇ ପୁରୀ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତି ଓ ପ୍ରତ୍ୟେକ ତତ୍ତ୍ୱାବଧାନରେ ରିଲିଫ ସାମଗ୍ରୀ ପୁରୀ ପ୍ରେରଣ କରାଯାଇଥିଲା ।

ଆବଶ୍ୟକ ହେଲେ ଆଗାମୀ ଦିନରେ ମଧ୍ୟ ରିଲିଫ ପ୍ରେରଣ ପ୍ରକ୍ରିୟା ଜାରି ରହିବ ବୋଲି କିଟ୍ ପକ୍ଷରୁ କୁହାଯାଇଛି । ଓଡ଼ିଶାର ଜନତାଙ୍କ ସେବା ପାଇଁ ସର୍ବଦା ଉତ୍ସର୍ଗୀଗୃତ ମନୋଭାବ ନେଇ ନିୟୋଜିତ ଥାଏ କିଟ୍ । ଶିକ୍ଷାଦାନ ବ୍ୟତୀତ ବିଭିନ୍ନ ସମୟରେ ଓଡ଼ିଶାରେ ଦେଖାଯାଉଥିବା ପ୍ରାକୃତିକ ଦୁର୍ବିପାକରେ ଲୋକଙ୍କ ନିକଟରେ ପହଞ୍ଚି କିଟ୍ ସହାୟତାର ହାତ ବଢାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.