ସିବିଏସ୍‍ଇ ଦଶମ ପରୀକ୍ଷା ଫଳ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ରେକର୍ଡ: ମିଳିଛି ଶତପ୍ରତିଶତ ସଫଳତା

ଭୁବନେଶ୍ୱର(କେନ୍ୟୁଜ୍):  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ଏଥିରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍କୁଲ୍‍ର ଅଧିକାଂଶ ଛାତ୍ରଛାତ୍ରୀ ୯୦ ପ୍ରତିଶତ ନମ୍ବର ରଖି ପାସ୍‍ କରିଥିବା ବେଳେ ସୌମୀ ବିଶ୍ୱାସ ସର୍ବାଧିକ ୯୯ ପ୍ରତିଶତ ନମ୍ବର ରଖି ସ୍କୁଲ୍‍ ଟପ୍‍ପର ହୋଇଛନ୍ତି । ସ୍କୁଲ୍‍ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ କହିଛନ୍ତି, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଗୁଣାତ୍ମକ ଶିକ୍ଷା ପ୍ରଣାଳୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଷ୍ଠା ଏବଂ ଛାତ୍ରଛାତ୍ରୀଙ୍କୁ ସମୟ ଉପଯୋଗୀ ପରାମର୍ଶ ଯୋଗୁଁ ଦୀର୍ଘ ୧୬ ବର୍ଷ ହେଲା ଏହି ସଫଳତା ସମ୍ଭବ ହୋଇଆସୁଛି । ଏଥିପାଇଁ ସେ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ ଏବଂ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ତଥା ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ରାଜ୍ୟ ଓ ଜାତୀୟସ୍ତରରେ ମଧ୍ୟ ସଫଳତା ହାସଲ କରିଆସୁଛନ୍ତି ।

Leave A Reply

Your email address will not be published.