ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ ଟାଇମ୍ସ ହାଇଅର ଏଜୁକେସନ୍ ଇଣ୍ଟରଡିସିପ୍ଲିନାରୀ ସାଇନ୍ସ ର୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ଏହି ତାଲିକାରେ ଇଣ୍ଟରଡିସିପ୍ଲିନାରୀ ସାଇନ୍ସ ରିସର୍ଚ୍ଚ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବିଶ୍ୱର ବିଭିନ୍ନ ବିଶ୍ୱ ବିଦ୍ୟାଳୟ ସ୍ଥାନ ପାଇଛନ୍ତି । ଭାରତରୁ କିଟ୍ ବିଶ୍ୱବିଦ୍ୟାଳୟ ଏହି ର୍ୟାଙ୍କିଙ୍ଗ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ ସହ ସମଗ୍ର ବିଶ୍ୱରେ ୯୨ତମ ସ୍ଥାନରେ ରହିଛି । ଭାରତରେ ବହୁ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ପଛରେ ପକାଇ କିଟ୍ ବିଶ୍ୱବିଦ୍ୟାଳୟ ୪ର୍ଥ ସ୍ଥାନରେ ରହିଛି ।
ଏହି ସଫଳତା କିଟ୍ର ଉନ୍ନତ ଇଣ୍ଟରଡିସିପ୍ଲିନାରୀ ସାଇନ୍ସ ରିସର୍ଚ୍ଚ ଓ ଇନୋଭେସନ୍ର ପ୍ରତିବଦ୍ଧତା ପ୍ରତିପାଦିତ କରୁଛି । ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍ ଶ୍ରେଷ୍ଠ ୪ର୍ଥ ସ୍ଥାନରେ ରହିବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଗବେଷଣା ଓ ସର୍ଜନା କ୍ଷେତ୍ରରେ ସମଗ୍ର ବିଶ୍ୱରେ ନିଜର ସ୍ଥିତିକୁ କିଟ୍ ଆଗକୁ ନେଇଥିବାରୁ ଏଥିରେ ସନ୍ତୋଷ ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ ଗୁଣାତ୍ମକ ଶିକ୍ଷା ସହ ଗବେଷଣା ଓ ସର୍ଜନା କ୍ଷେତ୍ରରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ସ୍ଥାନୀତ ହୋଇ ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିଛି ।
କିଟ୍ ଗବେଷଣା ବିଭାଗର ଗୁଣାତ୍ମକ ଗବେଷକ ଓ ଅଧ୍ୟାପକଙ୍କ ଗୁଣାତ୍ମକ ଗବେଷଣା, ସର୍ଜନା ଓ ଉଚ୍ଚକୋଟୀର ପବ୍ଲିକେସନ୍ ପାଇଁ କିଟ୍ ଏହି ସଫଳତା ପାଇପାରିଛି । ଏହି ସଫଳତା ପାଇଁ ଶ୍ରୀ ସାମନ୍ତ କିଟ୍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଶୁଭେଚ୍ଛୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାରେ ପ୍ରତିଷ୍ଠା ଲାଭ କରିଥିବା କିଟ୍ ବିଶ୍ୱବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସମଗ୍ର ବିଶ୍ୱରେ ନିଜର ପ୍ରଭାବ ବିସ୍ତାର କରିପାରିଛି ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି ।