କିସ୍ ଛାତ୍ରୀଙ୍କୁ ଶୀତ ବସ୍ତ୍ର ବଣ୍ଟନ, ଯୋଗାଇ ଦେଲେ କିଟ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ
କିସ୍ ଛାତ୍ରୀଙ୍କୁ ଶୀତ ବସ୍ତ୍ର, ସ୍ବେଟର ଓ ଟୋପି ବଣ୍ଟନ। କଳାହାଣ୍ଡି ଭବାନୀପାଟଣା ନିକଟ ବାଦଲି କିସ ଶାଖାରେ ଛାତ୍ରୀଙ୍କୁ ଶୀତ ପୋଷାକ ବଣ୍ଟନ କରାଯାଇଛି।

କିସ୍ ଛାତ୍ରୀଙ୍କୁ ଶୀତ ବସ୍ତ୍ର, ସ୍ବେଟର ଓ ଟୋପି ବଣ୍ଟନ। କଳାହାଣ୍ଡି ଭବାନୀପାଟଣା ନିକଟ ବାଦଲି କିସ ଶାଖାରେ ଛାତ୍ରୀଙ୍କୁ ଶୀତ ପୋଷାକ ବଣ୍ଟନ କରାଯାଇଛି। ଶୀତର ଆଗମନ ପାଇଁ କନ୍ଧମାଳ ସାଂସଦ ତଥା କିଟ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହାକୁ ଯୋଗାଇ ଦେଇଛନ୍ତି।
ଏଠାରେ ଶିକ୍ଷାଲାଭ କରୁଥିବା ୭୨୬ ଜଣ ଛାତ୍ରୀ ମାଗଣା ରେ ଉନ୍ନତ ମାନର ଶିକ୍ଷା ଲାଭ କରିବା ସହ ରହିବା ଖାଇବାର ସମସ୍ତ ବ୍ୟବସ୍ଥା କରିଛନ୍ତି ପ୍ରତିଷ୍ଠାତା ଡ. ସାମନ୍ତ। ଏଠାରେ ଶିକ୍ଷା ଲାଭ କରୁଥିବା ଛାତ୍ରୀ ଓ କାର୍ଯ୍ୟରତ କର୍ମଚାରୀ ଏଭଳି ମହତ କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିବା ସହିତ ଏଭଳି ଶିକ୍ଷାନୁଷ୍ଠାନରେ କାମ କରି ନିଜକୁ ଧନ୍ୟ ମନେ କରୁଛନ୍ତି।