କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍ ଓ କିସ୍ ର ୨ହଜାରରୁ ଅଧିକ କର୍ମଚାରୀ ସାମିଲ ହୋଇ ଯୋଗାଭ୍ୟାସ କରିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏଥିରେ ସାମିଲ ହୋଇ ଯୋଗର ମହତ୍ବ ସଂପର୍କରେ ବୁଝାଇ କହିଥିଲେ ଯେ ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗର ମହତ୍ୱ ରହିଛି। ଆଜିର ବ୍ୟସ୍ତ ବହୁଳ ଜୀବନରେ ଏକ ଶାନ୍ତ ତଥା ଚାପ ମୁକ୍ତ ପରବେଶ ଖୋଜୁଥିବା ବ୍ୟକ୍ତି ବିଶେଷ,ଉଭୟ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିବା ଏକାନ୍ତ ଜରୁରୀ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିଟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳତ ହୋଇଛି। ଏହି ଅବସରରେ କିଟ ଓ କିସର ସ୍ପୋର୍ଟସ ବିଭାଗର ପିଲା ମାନେ ଓ ଷ୍ଟାଫ ମାନେ ଯୋଗାସନରେ ସାମିଲ ହୋଇଥିଲେ।
ସେହିପରି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳିତ ହୋିଇଛି । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତାଙ୍କ ସହିତ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ମୁଖ୍ୟ ଶାସନ ସଚିବ ସାମିଲ ହୋଇଥିଲେ । କଳିଙ୍ଗ ଷ୍ଟାଡିୟମରେ ଜନ ସାଧାରଣଙ୍କ ସହ ଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ । ଯୋଗ କେବଳ ଶରୀର ପାଇଁ ନୁହେଁ ବରଂ ମାନସିକ ଶାନ୍ତି ଓ ଏକାଗ୍ରତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସାରା ଓଡ଼ିଶାରେ ଯୋଗ ଦିବସ ପାଳନ କରାଯାଉଥିବାରୁ ଖୁସିବ୍ୟକ୍ତ କରିଥିଲେ ।