ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ, ପ୍ରଦାନ କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ
ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ । ଓଡ଼ିଶା ଗସ୍ତ ସମୟରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ବିଲେ ଗେଟ୍ସଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି ।

ଭୁବନେଶ୍ୱର : ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ । ଓଡ଼ିଶା ଗସ୍ତ ସମୟରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ବିଲେ ଗେଟ୍ସଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି । କିସ୍ ପାଉଣ୍ଡେସନ୍ ପକ୍ଷରୁ ବିଲ୍ ଗେଟ୍ସଙ୍କୁ ଏହି ସମ୍ମାନ ପ୍ରଦାନ କାରଯାଇଛି । କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ଏକ ବିଶ୍ୱ ପ୍ରସିଦ୍ଧ ସମ୍ମାନ ଭାବେ ଗ୍ରହଣୀୟ ହୋଇଛି । ବିଲ ଗେଟସ ହେଉଛନ୍ତି ସଫ୍ଟୱେୟାର କମ୍ପାନୀ ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ।
ବୈଷୟିକ ବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ସମାଜସେବା ପାଇଁ ତାଙ୍କୁ ପ୍ରଦାନ କରାଯାଇଛି କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ୨୦୦୮ରୁ ପ୍ରଦାନ କରାଯାଇଆସୁଛି ଏହି ସମ୍ମାନ । କେନିଆର ବିଶିଷ୍ଟ ସମାଜସେବୀ ତଥା ଫାଷ୍ଟ ଲେଡି ରାଚେଲ ରୁଟୋଙ୍କୁ ବର୍ଷ ୨୦୨୨ ପାଇଁ ପ୍ରଦାନ କରାଯାଇଥିଲା କିସ୍ ହ୍ୟୁମାନିଟାରିଆନ୍ ଆୱାର୍ଡ । ଗିନିର ନ୍ୟାସ୍ନାଲ୍ ଟ୍ରାନଜିସନ୍ କାଉନ୍ସିଲ୍ ପ୍ରେସିଡେଣ୍ଟ ଡ. ଦନଶା କୋରୋମାଙ୍କୁ ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍ ପୁରସ୍କାର ୨୦୧୯ ପ୍ରଦାନ କରାଯାଇଥିଲା ।
୨୦୧୮ରେ ବିଶିଷ୍ଟ ନୋବେଲ୍ ଶାନ୍ତି ବିଜେତା ପ୍ରଫେସର ମହମ୍ମଦ ୟୁନୁସ, ୨୦୧୭ରେ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା, ୨୦୧୬ରେ ବିଶିଷ୍ଟ ହଲିଉଡ୍ ଅଭିନେତ୍ରୀ, ଲେଖିକା ସମାଜସେବୀ ତଥା UNFPAର ଗୁଡ ଉଇଲ୍ ଆମ୍ବାସଡର ଆସ୍ଲେ ଜଡ୍, ୨୦୧୫ରେ ପେରରୁ ପ୍ରାକ୍ତନ ରାଷ୍ଟ୍ରପତି ଆଲେଜାଣ୍ଡ୍ରୋ ଟଲେଡୋଙ୍କୁ ପ୍ରଦାନ କରାଯାଇଥିଲା କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ । ୨୦୧୪ରେ ଦକ୍ଷିଣ ଏସିଆ ଆଞ୍ଚଳିକ କାର୍ଯ୍ୟାଳୟ, ୟୁଏନ୍ ୱିମେନର ପ୍ରାକ୍ତନ ଆଞ୍ଚଳିକ କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ଆନେ. ଏଫ୍ ଷ୍ଟେନାହାମର, ୨୦୧୩ରେ ସୁଇଜରଲାଣ୍ଡର ବିଶିଷ୍ଟ ଜନପ୍ରିୟ ସମାଜସେବୀ ତଥା ଫ୍ରାନ୍ସିକୋ ଜାଭିଅର ବ୍ୟାଗ୍ନଡ ସେଣ୍ଟର ଫର୍ ହେଲଥ ଆଣ୍ଡ ହ୍ୟୁମାନ ରାଇଟ୍ସର ପ୍ରତିଷ୍ଠାତା ଆଲବିନା ଡୁ ବୋସ୍ରୋଭେଙ୍କୁ ପ୍ରଦାନ କରାଯାଇଥିଲା ।
୨୦୧୨ରେ ଭୁଟାନର ପ୍ରଧାନମନ୍ତ୍ରୀ ଥିନ୍ଲେ ଜିଗ୍ମେ, ୨୦୧୧ରେ ବ୍ରିଟେନର ବିଶିଷ୍ଟ ଆଇନଜ୍ଞ ଲର୍ଡ ନିକୋଲସ୍ ଆଡିସନ୍ ଫିଲିପ୍ସ, ୨୦୧୦ରେ ମରିସସ ପୂର୍ବତନ ରାଷ୍ଟ୍ରପତି ସାର୍ ଅନିରୁଦ୍ଧ ଜଗନ୍ନାଥ, ୨୦୦୯ରେ କୋରିଆର ବିଶିଷ୍ଟ ଶିକ୍ଷାବିତ୍, ଚିକିତ୍ସିତ ତଥା ହାନ୍ସେଓ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଡକ୍ଚର ହାମ୍ କି ସନ୍ ଓ ୨୦୦୮ରେ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ବିଶିଷ୍ଟ ସମାଜସେବୀ ଦକ୍ଷିଣ ଆଫ୍ରିକାର ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଏଡ୍ନା ବୋମୋ ମାଲେୱାଙ୍କୁ ପ୍ରଦାନ କରାଯାଇଥିଲା ।