କିସରେ ହେବ ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍, ଖୁବ୍ ଶୀଘ୍ର ହେବ ଏହାର ଉଦଘାଟନ

ଭୁବନେଶ୍ୱର : କିଟ୍ ଓ କିସ୍ ହେଉଛି କ୍ରୀଡାର ହବ୍ । କିସରେ ଯୋଡି ହେବାକୁ ଯାଉଛି ସର୍ବବୃହତ ସାଇକେଲ ଭିଲୋ ଡ୍ରମ୍ । ଯାହା କିସ୍ କ୍ୟାମ୍ପସ ଦୂତି ଚାନ୍ଦ ଆଥଲେଟିକ ଷ୍ଟାଡିୟମ ପାଖରେ ଅର୍ଧ ନିର୍ମିତ ହୋଇ ରହିଛି । କିମ୍ସର କ୍ୟାମ୍ପସ ୫ରେ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ, କ୍ୟାମ୍ପସ ୨୫ରେ କଂପ୍ୟୁଟର ସାଇନ୍ସର ନୂଆ ବିଲ୍ଡିଂରେ ପୂଜା ଓ କିସ୍ କ୍ୟାମ୍ପସରେ ଅଧା ନବନିର୍ମିତ ସାଇକେଲ ଭିଲୋ ଡ୍ରମକୁ ପୂଜା କରିଛନ୍ତି ।
କିମ୍ସର କ୍ୟାମ୍ପସ ୫ରେ ଇଣ୍ଡୋର ଷ୍ଟାଡିୟମରେ କିମସର ଷ୍ଟାଫମାନଙ୍କ ପାଇଁ ଚେସ୍, କ୍ୟାରୋମ ଭଳି ଅନେକ ଇନଡୋର ଗେମ୍ ରହିଛି ଯାହା କିମ୍ସର କର୍ମଚାରୀଙ୍କ ପାଇଁ ଅନେକ ସୁବିଧା ଯୋଗାଇବ । କ୍ୟାମ୍ପସ ୨୫ରେ କଂପ୍ୟୁଟର ସାଇନ୍ସର ନୂଆ ବିଲ୍ଡିଂ ଯାହା ନୂତନ ଜ୍ଞାନ କୌଶଳ ସହ ଅତ୍ୟାଧୁନିକ ସେବା ଯୋଗାଇବ । ଗୋଟିଏ ଜାଗାରେ ହଷ୍ଟେଲ ଗୋଟିଏ ଜାଗାରେ ଅତ୍ୟାଧୁନିକ କ୍ଲାସ୍ ରୁମ୍ ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଖୁବ ସୁବିଧା ହେବ । ଆଜି ଏହି ବିଲ୍ଡିଂକୁ ପୂଜା କରାଯାଇଛି । ଖୁବ୍ ଶୀଘ୍ର ଏହାର ଉଦଘାଟନ ହେବ ।