କିଟ୍ ନଲେଜ୍ ଟ୍ରି-କାର୍ଯ୍ୟକ୍ରମ: ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ ରହିବା ପାଇଁ ବି ପରାମର୍ଶ ଦେଲେ ପଦ୍ମଶ୍ରୀ ପ୍ରଫେସର କିରଣ ସେଠ୍

ସ୍ପିକ୍ ମାକେ ପ୍ରତିଷ୍ଠାତା ପଦ୍ମଶ୍ରୀ ପ୍ରଫେସର କିରଣ ସେଠ୍ କିଟ୍ ନଲେଜ୍ ଟ୍ରି- କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାରତୀୟ କଳା, ସଂସ୍କୃତି,ଲୋକକଳା, ଶାସ୍ତ୍ରୀୟ ସଂଗୀତ, ଭାସ୍କର୍ଯ୍ୟ ଓ ଚିତ୍ରକଳା ପ୍ରତି ଆଗ୍ରହ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

କେନ୍ୟୁଜ୍(ବ୍ୟୁରୋ):  କିଟ୍ ନଲେଜ୍ ଟ୍ରି- କାର୍ଯ୍ୟକ୍ରମରେ ସ୍ପିକ୍ ମାକେ ପ୍ରତିଷ୍ଠାତା ପଦ୍ମଶ୍ରୀ ପ୍ରଫେସର କିରଣ ସେଠ୍ ଯୋଗ ଦେଇଥିଲେ । ଭାରତୀୟ କଳା, ସଂସ୍କୃତି,ଲୋକକଳା, ଶାସ୍ତ୍ରୀୟ ସଂଗୀତ, ଭାସ୍କର୍ଯ୍ୟ ଓ ଚିତ୍ରକଳା ପ୍ରତି ଆଗ୍ରହ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହାସହ ସେ ଚାପମୁକ୍ତ ରହିବା ପାଇଁ ବି ପରାମର୍ଶ ଦେଇଥିଲେ। ଏଥିପାଇଁ ନିୟମିତ ଯୋଗ ପ୍ରାଣାୟାମ ଏବଂ ଧ୍ୟାନ କରିବା ଆବଶ୍ୟକ ବୋଲି କହିଥିଲେ ।

 

ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତିଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। କିଟ୍ ନଲେଜ୍ ଟ୍ରି କାର୍ଯ୍ୟକ୍ରମ ସବୁବେଳେ ଭାରତର ସାଂସ୍କୃତିକ ଏବଂ ଶିକ୍ଷାଗତ ଦୃଶ୍ୟପଟରେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଠାରୁ ଶିଖିବାର ଅନନ୍ୟ ସୁଯୋଗ ପ୍ରଦାନ କରିଆସୁଛି ।