କିଟ୍ ନହ୍ନିପରୀ ପାଇଁ ବେଙ୍ଗାଲୁରୁରୁ ପ୍ରଥମ ଆଞ୍ଚଳିକ ଅଡିସନ ଆରମ୍ଭ

ଭୁବନେଶ୍ବର : ଚଳିତବର୍ଷ କିଟ୍ ନହ୍ନିପରୀ ପାଇଁ ବେଙ୍ଗାଲୁରୁ ସହରରୁ ପ୍ରଥମ ଆଞ୍ଚଳିକ ଅଡିସନ ଆରମ୍ଭ । ଏଥିରେ ଅଂଶ ଗ୍ରହଣ କରିଥିଲେ ୩ ଶହରୁ ଅଧିକ ପ୍ରତିଯୋଗୀ । ୧୩ରୁ ୧୬ ବର୍ଷ ବୟସର ପ୍ରତିଯୋଗୀମାନେ ନାଚ, ଗୀତ, କ୍ୟାଟ ୱାକର ଜଲୱା ଦେଖାଇଥିଲେ । ଏଥିସହ ଜୁରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । କିଟ୍ ନହ୍ନିପରୀ ଅଡିସନରେ ଭାଗ ନେଇଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ପ୍ରତିଯୋଗୀମାନେ । କିଟ ନହ୍ନିପରୀ ଅଡିସନ ସାରା ଦେଶର ୨୫ଟି ସହରରେ ଅନୁଷ୍ଠିତ ହେବ । ସେଥିମଧ୍ୟରେ କୋଲକାତା, ଗୌହାଟୀ, ଦିଲ୍ଲୀ, ହାଇଦ୍ରାବାଦ, ପାଟନା, ମୁମ୍ବାଇ, ଶ୍ରୀନଗର, ଚଣ୍ଡୀଗଡ଼, ଜୟପୁର, ଭୋପାଳ, ରାୟପୁର ଓ ଭୁବନେଶ୍ୱର ରହିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ଏହି ପ୍ରତିଯୋଗିତା ପାଇଁ ବହୁ ପ୍ରତିଯୋଗୀ ଆବେଦନ କରିଛନ୍ତି । ସେମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ବିଭିନ୍ନ ସହରରେ ଆଞ୍ଚଳିକ ଅଡିସନ ଅନୁଷ୍ଠିତ ହେଉଛି । ୨୦୦୧ ମସିହାରେ କେନ୍ଦୁଝର ସହରରୁ ନହ୍ନପିରୀ କିଟ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନ ଓ ପୃଷ୍ଠପୋଷକତାରେ ମଳୟ ମହାପାତ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ବାଳିକାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ କିଟ୍ ନହ୍ନିପରୀ ପ୍ରୟାସ କରିଆସୁଛି । ଦୀର୍ଘ ୧୮ ବର୍ଷ ଧରି ଡ. ସାମନ୍ତ ଏହାର ମୁଖ୍ୟ ପୃଷ୍ଠପୋଷକ ରହିଆସିଛନ୍ତି ।