Categories: ରାଜ୍ୟ

ସରିଲା କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ- ୨୦୧୯ ଓଡିଶା ଅଡିସନ

ଭୁବନେଶ୍ବର (କେନ୍ଯୁଜ୍) : କିଟ୍‌ ନହ୍ନିପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ- ୨୦୧୯ ପ୍ରତିଯୋଗିତା ଓଡିଶା ଆଞ୍ଚଳିକ ଅଡିସନ ଭୁବନେଶ୍ୱର କିଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର ବିଭିନ୍ନ ଅଞ୍ଚଳରୁ ୧୩ରୁ ୧୬ ବର୍ଷ ବୟସର ବାଳିକାମାନେ ଅଂଶଗ୍ରହଣ କରିଥିଲେ । ଆଚଂଳିକ ଅଡିସନରେ ଓଲିଉଡ ଅଭିନେତ୍ରୀ ପୁନମ ମିଶ୍ର, କୋରିଓ ଗ୍ରାଫର ମନ୍ଦାକିନୀ ଯେନା, ଫେସନ ଫଟୋଗ୍ରାଫର ଆଶୁତୋଷ ସାହୁ ଏବଂ ମିସ୍‌ କୁଇନ ୟୁନିଭର୍ସ ୨୦୧୯ ପ୍ରତିମା ପଣ୍ଡା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ ।

ନହ୍ନିପରୀ କମିଟିର ସଦସ୍ୟ ପ୍ରିୟବାଦିନୀ, ଶ୍ରଦ୍ଧାଞ୍ଜଳୀ ନାୟକ ଏବଂ ସ୍ମିତା ମହନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ସହରରେ ଅନୁଷ୍ଠିିତ ହୋଇଯାଇଛି ଅଡିସନ । କିଟ ନହ୍ନିପରୀ ଟାଇଟଲ ବିଜେତାମାନଙ୍କ ପାଇଁ ମୋଟ ୪୧ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରଖାଯାଇଛି । କିଟ ନହ୍ନିପରୀ ଟାଇଟଲ ବିଜେତାଙ୍କ ପାଇଁ ୨୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଥିବା ବେଳେ ତାଙ୍କୁ ମୋଟ ଆର୍ଥିକ ପୁରସ୍କାର ରାଶିରୁ ୩ ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ପୁରସ୍କାର ଆକାରରେ ପ୍ରଦାନ କରାଯିବ । କିଟରେ ପାଠ ପଢିଲେ ଶହେ ପ୍ରତିଶତ ଫି ଛାଡ ଅର୍ଥାତ ସର୍ବାଧିକ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଛାଡର ବ୍ୟବସ୍ଥା ରହିଛି ।

ପ୍ରଥମ ରନର୍ସ ଅପକୁ ନଗଦ ୧୦ ଲକ୍ଷ ଟଙ୍କା ଅର୍ଥରାଶି ଏବଂ ଦ୍ୱିତୀୟ ରନର୍ସ ଅପ ପାଇଁ ୯ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ବ୍ୟବସ୍ଥା ରହିଛି । ପ୍ରଥମ ରନର୍ସ ଅପକୁ ନଗଦ ୧ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବା ସହ ଏବଂ କିଟ୍‌ରେ ପାଠ ପଢିଲେ ୫୦ ପ୍ରତିଶତ ଫି ଛାଡ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଛାଡର ବ୍ୟବସ୍ଥା ରହିଛି । ସେହିପରି ଦ୍ୱିତୀୟ ରନର୍ସ ଅପ ପାଇଁ ୫୦ ହଜାର ଟଙ୍କା ନଗଦ ଅର୍ଥରାଶି ଓ ୫୦ ପ୍ରତିଶତ ଫି ଛାଡ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ପ୍ରଦାନ କରାଯିବ। ସେହିପରି ପ୍ରତିଯୋଗିତାର ଅନ୍ୟାନ୍ୟ ବର୍ଗ ମିସ୍‌ ରାପୁଞ୍ଜେଲ୍‌, ମିସ୍‌ ଫଟୋଜେନିକ୍‌, ମିସ୍‌ ସେଲ୍‌ଫି, ମିସ୍‌ ଫେସନ୍‌ ଗାର୍ଲ, ମିସ୍‌ ୱିଜ୍‌କିଡ୍‌, ମିସ୍‌ ସିଣ୍ଡ୍ରେଲା, ମିସ୍‌ କ୍ୟାଟ୍‌ୱାର୍କ, ମିସ୍‌ ମୋନାଲିସା ଏବଂ ମିସ୍‌ ଆକଟିଭ୍‌ ଆଦିରେ ମଧ୍ୟ ଅର୍ଥରାଶି ପୁରସ୍କାର ବ୍ୟବସ୍ଥା ରହିଛି । ୨୦୦୧ରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା କିଟ୍‌ ନହ୍ନିପରୀ ଏବେ ସମଗ୍ର ଦେଶରେ କୁନି ସୁନ୍ଦରୀ ପ୍ରତିଯୋଗିତା ଭାବେ ବେସ୍‌ ପ୍ରସିଦ୍ଧି ଲାଭ କରିଛି ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

21 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

23 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

29 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

38 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

38 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

56 mins ago