Categories: ରାଜ୍ୟ

କିଟ୍‌ ନହ୍ନୀ ପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆର ସେମିଫାଇନାଲ

ଭୁବନେଶ୍ବର (କେନ୍ୟୁଜ୍) : ବହୁ ପ୍ରତୀକ୍ଷିତ କିଟ୍‌ ନହ୍ନୀ ପରୀ ଲିଟିଲ୍‌ ମିସ୍‌ ଇଣ୍ଡିଆ୨୦୧୯ ପ୍ରତିଯୋଗୀତାରେ ସରିଛି ସେମିଫାଇନାଲ ରାଉଣ୍ଡ। ସେମିରେ, ପ୍ରତିଯୋଗୀମାନେ ନିଜ ନିଜ ପରିଚୟ ଦେବା ସହ କ୍ୟାଟଓ୍ଵାକ କରିଥିଲେ । ଡ୍ୟାନ୍ସ ଓ ସଙ୍ଗୀତ ମାଧ୍ୟମରେ ଦେଖାଇଥିଲେ ନିଜର ପ୍ରତିଭା । ବିଭିନ୍ନ ରାଜ୍ୟରୁ ଆସିଥିବା ୨୬ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କିଟ୍‌ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସମେତ କିଟ୍‌ ନହ୍ନୀପରିର ସମସ୍ତ ଟିମ୍‌ ମେମ୍ବର ଓ ଜୁରୀମାନେ ଉପସ୍ଥିତ ଥିଲେ । ଆଜି ରହିଛି ଗ୍ରାଣ୍ଡ ଫିନାଲେ । ଉଦଯାପନୀ ଉତ୍ସବରେ ଫେମିନା ମିସ୍‌ ଇଣ୍ଡିଆ ୨୦୧୯ ସୁମନା ରାଓ, ମିସ୍‌ ଗ୍ରାଣ୍ଡ ଇଣ୍ଡିଆ ୨୦୧୯ ଶିବାନୀ ଯାଦବ, ମିସ୍‌ ଇଣ୍ଡିଆ ୟୁନାଇଟେଡ୍‌ କଣ୍ଟିନେଣ୍ଟ ୨୦୧୯ ଶ୍ରୋୟ ଶଙ୍କର, ମିସ୍‌ ଓ୍ଵାଲର୍ଡ କୁଇନ ଡାଂ ଚୀନ ୨୦୧୭ କିଓ କିଓ ଏବଂ ଦକ୍ଷିଣ କୋରିଆର ବିଶିଷ୍ଟ ଅଭିନେତ୍ରୀ ଜଙ୍ଗ ହେ ସନ୍‌ ପ୍ରମୁଖ ଅତିଥିଭାବେ ଯୋଗଦେଇ ନହ୍ନୀପରୀ ଟାଇଟଲ ବିଜୟନୀକୁ ମୁକୁଟ ପିନ୍ଧାଇବେ ।

କିଟ୍‌ ନହ୍ନୀ ପରୀ ଟାଇଟଲ ବିଜୟନୀଙ୍କୁ ୨୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ବିଜୟୀ ପ୍ରତିଯୋଗୀ ନିଜ ବାପା କିମ୍ବା ମାଆଙ୍କ ସହିତ ଦକ୍ଷିଣ କୋରିଆ ପରିଭ୍ରମଣର ସୁଯୋଗ ପାଇବେ । ପ୍ରଥମ ରନର୍ସ ଅପ୍‌କୁ ୧୦ ଲକ୍ଷ ଓ ଦ୍ୱିତୀୟ ରନର୍ସ ଅଫ୍‌ଙ୍କୁ ସାଢ଼େ ୯ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ମିସ୍‌ ରାମ୍ପୁଞ୍ଜେଲ, ମିସ୍‌ ଫଟୋଜେନିକ, ମିସ ସେଲଫି, ମିସ୍‌ ଫେସନ୍‌ ଗାର୍ଲ, ମିସ୍‌ ଉଇଜ କିଡ, ମିସ୍‌ ସିଣ୍ଡ୍ରେଲା, ମିସ୍‌ ଉର୍ବସୀ, ମିସ୍‌ କ୍ୟାଟଓ୍ଵାକ, ମିସ୍‌ ମୋନାଲିସା ଏବଂ ମିସ୍‌ ଆକ୍ଟିଭ ଆଦିରେ ଅଧ୍ୟ ଅର୍ଥ ରାଶି ପୁରସ୍କାର ବ୍ୟାବସ୍ଥା ରହିଛି । କିଟ୍‌ ନହ୍ନୀପରୀ ୧୯ ତମ ସଂସ୍କରଣ ପାଇଁ କୋଲକାତା, ବେଙ୍ଗାଳୁରୁ, ହାଇଦ୍ରାବାଦ, ଦିଲ୍ଲୀ, ଗୁଆହାଟୀ, ଲକ୍ଷ୍ନୌ, ମୁମ୍ବାଇ, ପାଟନା, ଇଟାନଗର ଓ ଭୁବନେଶ୍ୱର ଏପରି ଭାରତର ୨୩ଟି ରାଜ୍ୟର ବିଭିନ୍ନ ସହରର ଅଡିସନ ହୋଇଥିଲା । ସେଥିରୁ ୨୬ ଜଣ ଶ୍ରେଷ୍ଠ ପ୍ରତିଯୋଗୀ ଗ୍ରାଣ୍ଡ ଫାଇନାଲକୁ ମନୋନୀତ ହୋଇଥିଲେ ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

24 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

27 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

33 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

42 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

42 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

60 mins ago