ପ୍ରଥମ ଭାରତୀୟ ମହିଳା ଫେନସର ଭାବେ କ୍ୱାଲିଫାଏ କଲେ କିଟ୍‌ ଛାତ୍ରୀ ଭବାନୀ,ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭେଟି କଲେ ଆଶୀର୍ବାଦ ଭିକ୍ଷା 

କେନ୍ୟୁଜ୍(ବ୍ୟୁରୋ):  ପ୍ରଥମ ଭାରତୀୟ ମହିଳା ଫେନସର ଭାବେ ଅଲମ୍ପିକ୍ସ କ୍ୟାଲିଫାଏ କରିଛନ୍ତି କିଟ୍‌ ଛାତ୍ରୀ ଭବାନୀ ଦେବୀ। ଇଟାଲୀରୁ ଦିଲ୍ଲୀ ପହଞ୍ଚିବା ପରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ନୂଆଦିଲ୍ଲୀରେ ଭେଟି ତାଙ୍କର ଆଶୀର୍ବାଦ ନେଇଛନ୍ତି। ଭବାନୀ ଦେବୀଙ୍କୁ ଭଗବାନଙ୍କ ଆଶୀର୍ବାଦ ରହିଛି ବୋଲି କହିଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ। କିଟ୍‌ର ଛାତ୍ରୀ ଅଲିମ୍ପିକ୍‌କୁ କ୍ୱାଲିଫାଏ କରିଥିବାରୁ ବେଶ୍‌ ଗର୍ବ ଅନୁଭବ କରୁଥିବା ଡ. ସାମନ୍ତ କହିଛନ୍ତି। ଭବିଷ୍ୟତରେ ତାଙ୍କ ସଫଳତା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି।

 

ସ୍ପୋର୍ଟସ ପାଇଁ ଡକ୍ଟର ସାମନ୍ତଙ୍କର ଅବଦାନକୁ ଭୂୟସୀ ପ୍ରଂଶସା କରିଛନ୍ତି। ରଗ୍‌ବୀ ଓ ଫେନସିଙ୍ଗ୍‌ ଭଳି ଖେଳକୁ ପ୍ରୋତ୍ସାହନ ପାଇଁ ଡକ୍ଟର ସାମନ୍ତଙ୍କୁ ପ୍ରଶଂସା କରିଛନ୍ତି ।

 

 

You might also like