ଅଲିମ୍ପିଆନ୍‌ ଅର୍ଜୁନ ପୁରସ୍କାରପ୍ରାପ୍ତ କିଟ୍‌ ଛାତ୍ରୀ ସି.ଏ ଭବାନୀ ଦେବୀଙ୍କୁ କିଟ୍‌ ଓ କିସ ତରଫରୁ ସମ୍ବର୍ଦ୍ଧନା

ଭୁବନେଶ୍ବର(କେନ୍ୟୁଜ୍):କିଟ୍‌ ଓ କିସ ତରଫରୁ ଅଲିମ୍ପିଆନ୍‌ ଅର୍ଜୁନ ପୁରସ୍କାରପ୍ରାପ୍ତ ଅସି ଚାଳକ କିଟ୍‌ ଛାତ୍ରୀ ସି.ଏ ଭବାନୀ ଦେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଫେନସିଂ କୁଇନ ଭାବରେ ପରିଚିତ ସି.ଏ ଭବାନୀ ଦେବୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କିଟ୍‌ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଏହି ଅବସରରେ ସିଏ ଭବାନୀ ଦେବୀ କହିଛନ୍ତି, କିଟ୍‌ ତରଫରୁ ସବୁବେଳେ ସବୁ ପ୍ରକାର ସହଯୋଗ ମତେ ମିଳୁଛି ।

କ୍ରୀଡ଼ା କ୍ଷେତ୍ରରେ କିଟ୍‌ ଓ କିସ୍‌ର ଅବଦାନ ଅତୁଳନୀୟ ଏବଂ ଖେଳାଳିଙ୍କ ଲାଗି କରାଯାଉଥିବା ସହାୟତା ସେମାନଙ୍କୁ ସଫଳତା ପ୍ରଦାନ କରିଥାଏ । ମୁଁ ବହୁତ ଖୁସି ମୁଁ ଏହାର ଏକ ଅଂଶ ହୋଇଥିବାରୁ । କିଟ, କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ଯୁତ ସାମନ୍ତ ମୋତେ ବହୁତ ସହଯୋଗ କରିଆସୁଛନ୍ତି ବୋଲି ଅସି ଚାଳକ ଅଲିମ୍ପିଆନ ସିଏ ଭବାନୀ ଦେବୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.